ଅଥ ବିଷ୍ଣଶର୍ମାକର୍ତ୍ତୃକ ହିତୋପଦେଶ
ଭୟ ଯାବତ୍ ନ ଆସେ ତାବତ୍ ଭୟକୁ ଭୟକରିବା ଉପଯୁକ୍ତ, କିନ୍ତୁ ଭୟକୁ ଆଗତ ଦେଖିଲେ ଯେମନ୍ତ ଉଚିତ ହୁଏ ତାହା ମନୁଷ୍ୟ କରିବ । ଏବେ ଭୟ ଉପସ୍ଥିତ ହେଲା, ପଳାଇଯିବା ଆତ୍ମର ଅସାଧ୍ୟ; ତେବେ ଯାହା ହେବାର ତାହାତ ହେବ, ବିଶ୍ୱାସ ଜନ୍ମାଇ ଇହା ନିକଟକୁ ଯିବା । ଇହା ଆଲୋଚନା କରି ନିକଟକୁ ଯାଇ କହିଲା, ହେ ଶ୍ରେଷ୍ଠ, ତୁମ୍ଭଙ୍କୁ ନମସ୍କାର । ଗୃଧ୍ର କହିଲା, କିଏ ତୁମ୍ଭେ ? ସେ କହିଲା, ବିଡ଼ାଳ ଆମ୍ଭେ । ଗୃଧ୍ର କହୁଅଛି, ଦୂରକୁ ଯାଅ, ଯେବେ ନ ଯିବ, ତବେ ତୁମ୍ଭଙ୍କୁ ନଷ୍ଟ କରିବା, ମାର୍ଜାର କହିଲା, ଆମ୍ଭ ବାକ୍ୟ ଶୁଣ, ତାହାପରେ ଯେବେ ଆମ୍ଭେ ବଧ୍ୟ ହେବୁଁ, ତେବେ ବଧ କର୍ତ୍ତବ୍ୟ; ଯେହେତୁଋ,
ଜାତିମାତ୍ରେଣ କିଂ କଶ୍ଚତଦ୍ଧନ୍ୟତେ ପୂଜ୍ୟତେ କଚିତ୍ ।
-- ପରିଜ୍ଞାୟ ବଧ୍ୟଃ ପୂଜ୍ୟାର୍ଥବା ଭବେତ୍ ।।
କେ -- ମାତ୍ରରେ ବଧ୍ୟ କିମ୍ବା ପୂଜ୍ୟ ନୁହେ; ବ୍ୟବହାରରେ -- କହୁଅଛି, କହ କି ନିମନ୍ତେ ତୁମ୍ଭେ ଆସିଅଛ --- ଗଙ୍ଗା ତୀରରେ ନିତ୍ୟସ୍ନାୟୀ ନିରାମିଷାଶୀ ବ୍ରହ୍ମଚାରୀ -- ବ୍ରତ ଆଚରଣ କଋଥିଲେ ; ବିଶ୍ୱାସଭୟମି ପକ୍ଷିମାନେ ଧର୍ମଜ୍ଞାନ ରତ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ଆମ୍ଭ ଅଗ୍ରରେ ସର୍ବଦା ପ୍ରଶଂସା କରନ୍ତି; ତୁମ୍ଭେମାନେ ବିଦ୍ୟା ଓ ବୟସରେ ବୃଦ୍ଧ, ଅତଏବ ତୁମ୍ଭମାନଙ୍କ ନିକଟଋ ଧର୍ମ ଶ୍ରବଣ କରିବା ନିମନ୍ତେ ଏଠାକୁ ଆସିଅଛୁଁ । ଆପଣମାନେ ଏମନ୍ତ ଧର୍ମଜ୍ଞ ଯେ ଆମ୍ଭେ ଅତିଥି ଆମ୍ଭଙ୍କୁ ମାରିବା ଲାଗି ଉଦ୍ୟତ ? ଗୃହସ୍ଥର ଧର୍ମ ଏହି,
ଅରାବପ୍ୟୁଚିତଂ କାର୍ଯମାତିଥ୍ୟଂ ଗୃହମାଗତେ । ଚ୍ଛେଃତ୍ତୁ ପାର୍ଶ୍ୱଗତାଂ ଛାୟାଂ ନୋପସଂହରତେ ଦ୍ରୁମଃ ।।
ଗୃହକୁ ଆଗତ ଶତ୍ରୁରସୁଦ୍ଧା ଉପଯୁକ୍ତ ଆତିଥ୍ୟ କରିବ; ଚ୍ଛେଦନ କର୍ତ୍ତାର ସମୀପଦର୍ତ୍ତି ଛାୟାକୁ ବୃକ୍ଷ ଅପହରଣ କରେ ନାହିଁ । ଯଦି ବା ଧନ ନ ଥାଏ ତେବେ ପ୍ରିୟ ବାକ୍ୟରେ ମଧ୍ୟ ଅତିଥିପୂଜା କରିବ, ଯେହେତୁଋ,
ତୃଣାନି ଭୂମିଋଦକଂ ବାକ୍ଚତୁର୍ଥୀଚ ସୂନୃତା ।
ଏତାନ୍ୟପି ସତାଂ ଗେହେ ନୋଚ୍ଛିଦ୍ୟନ୍ତେ କଦାଚନ ।
ଆସନ, ସ୍ଥାନ, ଜଳ, ପ୍ରିୟ -- ଏ ସକଳ ସାଧୁ ଲୋକଙ୍କ ଘରେ କଦାପି ଅପ୍ରାପ୍ତ ହୁଏ ନାହିଁ ।