ବିନିଯୋଗ କରାଇବା । କିନ୍ତୁ ବ୍ରିଟିଶ ଆକ୍ରମଣ ସମୟରେ ଲର୍ଡ଼ ୱେଲସିଲି ଶ୍ରୀଜଗନ୍ନାଥ ମନ୍ଦିର ଓ ତତ୍ ସଂପର୍କୀୟ ଅନ୍ୟାନ୍ୟ ବିଷୟରେ ହସ୍ତକ୍ଷେପ କରିବାକୁ ବ୍ରିଟିଶ ସେନାଧ୍ୟକ୍ଷ ଲର୍ଡ଼ କାମ୍ପବେଲଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମିଶନାରୀମାନେ ପୁରୀରେ ନିର୍ଦ୍ଦ୍ୱନ୍ଦରେ ଧର୍ମ ପ୍ରଚାର କରିଛନ୍ତି । ୧୮୦୬ ମସିହାରେ ଡାକ୍ତର କୁକାନନ୍ ଓଡ଼ିଶାରେ ଖ୍ରୀଷ୍ଟଧର୍ମ ପ୍ରଚାର ପାଇଁ ନେତୃତ୍ୱ ନେଇଥିଲେ । ୧୮୧ ମସିହାରେ କୃଷ୍ଣପାଲ, ଯେ ପରେ ଜନ ପିଟର ନାମରେ ପରିଚିତ ହୋଇଥିଲେ ସେ ବାଲେଶ୍ୱରକୁ ଆସି ପ୍ରଥମେ ଖ୍ରୀଷ୍ଟଧର୍ମ ପ୍ରଚାର କରିଥିଲେ । ୧୮୨୨ ମସିହାରେ ଜନ୍ ପଗ୍ସ ଓ ମିଃ ବାମ୍ପଟନ୍ ଶ୍ରୀରାମପୁରରୁ ଖ୍ରୀଷ୍ଟଧର୍ମ ପ୍ରଚାର ଉଦ୍ଦେଶ୍ୟରେ କଟକ ଆସିଥିଲେ ଓ ପରେ ପରେ ଅନ୍ୟାନ୍ୟ ମିଶନାରୀଙ୍କ ମଧ୍ୟରେ ସଟନ୍, ଉଇଲିୟମ୍ ଲେସି, ବୃକ୍ସ, କୃପର, ଜନ୍ ବକ୍ଲେ, ଉଇଲିୟମ ମିଲର, ମିଃ ଫିଲିପସ୍ ଓ ଷ୍ଟୁବିନ୍ସ ପ୍ରଭୃତି ପ୍ରଧାନ । ସଟନ୍ ସାହେବ ମୟୁରଭଞ୍ଜ ରାଜାଙ୍କୁ କେତେକ ଇଂରାଜୀ ଓ ଓଡ଼ିଆ ଟେଷ୍ଟାମେଣ୍ଟ ଉପହାର ପ୍ରଦାନ କରି ତାଙ୍କଠାରୁ ତାଙ୍କ ରାଜ୍ୟରେ ଖ୍ରୀଷ୍ଟଧର୍ମ ପ୍ରଚାରର ଅନୁମତି ପାଇଥିବାର ବିବରଣୀ ରହିଛି ।
ତତ୍କାଳୀନ ମିଶନାରୀମାନଙ୍କ ମଧ୍ୟରେ ଡକ୍ଟର ଆମସ୍ ସଟନ୍ ସେ ସମୟର ମିଶନାରୀମାନଙ୍କ ମଧରେ ଓଡ଼ିଆ ଭାଷା ଓ ସାହିତ୍ୟରେ ବିଶେଷ ଦକ୍ଷତା ଅର୍ଜନ କରିଥିଲେ । ସେ କାରେ ସାହେବଙ୍କ ଓଡ଼ିଆ ବାଇବେଲ ସଂଶୋଧନ କରିବା ସହିତ ଓଡ଼ିଆରେ ତିନିଖଣ୍ଡି ବିରାଟ ଅଭିଧାନ, ସ୍ୱର୍ଗୀୟ ଯାତ୍ରାର ବୃତ୍ତାନ୍ତ (Piligrim's progress), ଓଡ଼ିଶାର ଇତିହାସ, ଓଡ଼ିଆ ବ୍ୟାକରଣ, ପଦାର୍ଥ ବିଦ୍ୟାସାର ପ୍ରଭୃତି ଲେଖିଥିଲେ ।
ରେଭରେଣ୍ଡ ଚାର୍ଲସ ଲେସିଙ୍କର ଓଡ଼ିଆ ଭାଷା ସାହିତ୍ୟରେ ମଧ୍ୟ ଯଥେଷ୍ଟ ବ୍ୟୁତ୍ପତ୍ତି ଥିଲା । ତାଙ୍କର ଅନୁବାଦ ପୁସ୍ତକ 'ଧର୍ମଯୁଦ୍ଧ'। ଲେସି ସାହେବ ପ୍ରଥମ ଓଡ଼ିଆ ପତ୍ରିକା 'ଜ୍ଞାନାଋଣ' ପ୍ରକାଶ ପରେ ଆଲୋଚ୍ୟ 'ପ୍ରବୋଧ ଚନ୍ଦ୍ରିକା' ପ୍ରକାଶ କରିଥିଲେ । 'ପ୍ରବୋଧ ଚନ୍ଦ୍ରିକା'ର ପ୍ରକାଶ ପରେ ୧୮୬୧ ମସିହାରେ ଖ୍ରୀଷ୍ଟିୟାନ ଭର୍ଣ୍ଣାକୁଲାର ଲିଟରେଚର ସୋସାଇଟି, ୧୮୬୧ ମସିହାରେ 'ଅରୁଣୋଦୟ' ନାମକ ମାସିକ ଓଡ଼ିଆ ପତ୍ରିକା ପ୍ରକାଶ କରିଥିଲେ । ଏହି ପତ୍ରିକାଋଇ ମାତ୍ର ତିନି ବର୍ଷ ଜୀବିତ ଥିଲେ । ବଙ୍ଗୀୟ ସାହିତ୍ୟ ସମାଜ ପ୍ରକାଶିତ 'ବାଂଲା ସାମୟିକ ପତ୍ର' ୨ୟ ଖଣ୍ଡରେ ଓଡ଼ିଆ ପତ୍ରିକା ସମ୍ବନ୍ଧୀୟ ସଂକ୍ଷିପ୍ତ ଟିପ୍ପଣୀରେ ଲେଖାଯାଇଛି, "ଓଡ଼ିଆ ଭାଷାର ମୁଦ୍ରିତ ପ୍ରଥମ ସାମୟିକ ପତ୍ର 'ଜ୍ଞାନାଋଣ' । ଏହା ଏକ ଅଳ୍ପାୟୁ ମାସିକ ପତ୍ର ।