ପୃଷ୍ଠା:Prabodha Chandrika (1856).pdf/୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଅଥ ବିଷ୍ଣୁଶର୍ମାକର୍ତ୍ତୃକ ହିତୋପଦେଶ

ନି ଦୟାଂ କୁର୍ବନ୍ତି ସାଧବଃ ।

ନାହି ସଂହରତେ ଜ୍ୟୋତ୍ସ୍ନାଂ ଚନ୍ଦ୍ରଶ୍ଚାଣ୍ତାଳବେଶ୍ମନି ।

ଏବଂଚ ସାଧୁଲୋକମାନେ ନିର୍ଗୁଣ ପ୍ରାଣିଠାରେ ସୁଦ୍ଧା ଦୟା କରନ୍ତି । ଦେଖ, ଚନ୍ଦ୍ର ଚଣ୍ତାଳ ଗୃହରେ ପତିତ ଜ୍ୟୋତ୍ସ୍ନାକୁ ଅପ‌ହରଣ କରନ୍ତି ନାହିଁ ।

ବାଳୋ ବା ଯଦି ବା ବୃଦ୍ଧୋଯୁବା ବା ଗୃହମାଗତଃ ।

ତସ୍ୟ ପୂଜା ବିଧାତବ୍ୟା ସର୍ବସ୍ୟାଭ୍ୟାଗତୋ ଗୁଋଃ ।।

ଅଥଚ ବାଳକ କିମ୍ବା ବୃଦ୍ଧ ଅଥବା ଯୁବା ଯେ କେହି ଅତିଥିଋପେ ଗୃହକୁ ଆଗମନ କରିବ ତାହାରି ପୂଜା କରିବା ଉଚିତ ଅଟଇ, କାରଣ କି ଅଭ୍ୟାଗତ ସମସ୍ତଙ୍କର ଗୁଋ ଅଟନ୍ତି ।

ଗୁଋରଗ୍ନି ର୍ଦ୍ୱିଜାତୀତାଂ ବର୍ଣ୍ଣାନାଂ ବ୍ରାହ୍ମଣୋ ଗୁଋଃ ।

ପତିରେକୋ ଗୁଋଃ ସ୍ତ୍ରୀଣାଂ ସର୍ବତ୍ରାଭ୍ୟାଗତୋ ଗୁଋଃ ।।

ଅପର ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟର ଅଗ୍ନି ---- ବୈଶ୍ୟ ଶୂଦ୍ରର ବ୍ରାହ୍ମଣ ଗୁଋ, ସ୍ତ୍ରୀଲୋକଙ୍କର -- ଗୁଋ ।

ଅତିଥି ର୍ଯସ୍ୟ ଭଗ୍ନାଶେ ---

ସ ତସ୍ମୈ ଦୁଷ୍କୃତଂ ଦତ୍ତ୍ୱା ---

ଏବଂ ଅତିଥି ନିରାଶ ହୋଇ ଯାହା ଗୃହ‌ଋ ଫେରି ଯାଏ, ସେ ଆପଣା ପାପ ତାକୁ ଦେଇ ତାହା ପୁଣ୍ୟ ଘେନି ଯାଏ ।

ଉତ୍ତମସ୍ୟାପି ବର୍ଣ୍ଣସ୍ୟ ନୀଚେପି ଗୃହମାଗତଃ ।

ପୂଜନୀୟୋ ଯଥାଯୋଗ୍ୟଂ ସର୍ବଦେବମୟୋତିଥିଃ ।।

ଆଉ ଅଧମ ବର୍ଣ୍ଣ ମଧ୍ୟ ଯେବେ ଉତ୍ତମ ବର୍ଣ୍ଣର ଘରକୁ ଆସେ, ତେବେ ସେ ଯଥୋପ‌ଯୁକ୍ତ ପୁଜ୍ୟ ହୁଏ, କାହିଁକି, ଅତିଥି ସର୍ବଦେବସ୍ୱ‌ଋପ । ଗୃଧ୍ର କ‌ହିଲା, ବିଡ଼ାଳ ମାଂସ ଋଚି, ଏଠାରେ ପକ୍ଷିମାନଙ୍କର ଛୁଆ ସବୁ ଅଛନ୍ତି, ସେଥିଲାଗି ଆମ୍ଭେ ଏ ପ୍ରକାର କ‌ହିଲୁଁ । ବିଡ଼ାଳ ତାହା ଶୁଣି ଭୂମିସ୍ପର୍ଶ ଏବଂ ଦୁଇ କର୍ଣ୍ଣ ସ୍ପର୍ଶ କରି କ‌ହୁଅଛି, ଆମ୍ଭେ ଧର୍ମଶାସ୍ତ୍ର ଶ୍ରବଣ କରି ବୈରାଗ୍ୟରେ ଦୁଷ୍କର ଚାନ୍ଦ୍ରାୟଣ ବ୍ରତ ଆରମ୍ଭ କରିଅଛୁଁ; ଯେହେତୁଋ ଅହିଂସା ପରମ ଧର୍ମ ଏଥିରେ ପରସ୍ପର ବିବଦମାନ ସକଳ ଧର୍ମଶାସ୍ତ୍ରର ସମୃତି ଅଛି ; କାରଣ କି ।