ପୃଷ୍ଠା:Prabodha Chandrika (1856).pdf/୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଅଥ ବିଷ୍ଣୁଶର୍ମାକର୍ତ୍ତୃକ ହିତୋପଦେଶଃ ।

ସର୍ବ‌ହିଂସା ନିବୃତ୍ତା ଯେ ନରାଃ -- ସ‌ହାଶ୍ଚ ଯେ ।

ସର୍ବାସ୍ୟାଶ୍ରୟ‌ଭୁତାଶ୍ଚ ତେ -- ର୍ଗ‌ଗାମିନଃ ।।

ଯେଉଂ ମନୁଷ୍ୟମାନେ ସକଳ ହିଂସାଋ ନିବୃତ୍ତ ହୁଅନ୍ତି, ଆଉ ଯେଉଂ ଲୋକେ ସକଳ ସ‌ହନ୍ତି, ପୁଣି ଯେଉଂମାନେ ଅନେକଙ୍କର ଆଶ୍ରୟ ହୁଅନ୍ତି, ସେହି ମନୁଷ୍ୟମାନେ ସ୍ୱର୍ଗ‌ଗାମୀ ହୁଅନ୍ତି ।

ଏକ ଏବ ସୁହୃଦ୍ଧମୋ ନିଧନେପ୍ୟନୁଯାତି ଯଃ ।

ଶରୀରେଣ ସମଂ ନାଶଂ ସର୍ବମନ୍ୟତ୍ତୁ ଛେତି ।।

ଏବଂ ଧର୍ମ କେବଳ ଏକ ମିତ୍ର ହେଲେହେଂ ଯେ ସଙ୍ଗରେ ଯାଏ; ଅନ୍ୟ ସବୁ ଶରୀର ସ‌ହିତ ନାଶକୁ ଯାଏ ।

ଯୋତ୍ତି ଯସ୍ୟ ଯଦା ମାଂସ ମୂଭ‌ୟୋଃ ପଶ୍ୟତାନ୍ତରଂ ।

ଏକସ୍ୟ କ୍ଷଣିକା ପ୍ରୀତିରନ୍ୟଃ ପ୍ରାଣୈର୍ବିମୂଚ୍ୟତେ ।।

ଅପର ଯେ ଯାହାର ମାଂସ ଖାଏ; ଏ ଦୁହିଙ୍କର ଅନ୍ତର ଦେଖ, ଜଣକର କ୍ଷଣମାତ୍ର ତୃପ୍ତି ହୁଏ, ଆର ଜଣକ ପ୍ରାଣରେ ନଷ୍ଟ ହୁଏ ।

--ମିତି ଯଦ୍ଧୁଃଖଂ ପୁଋଷସ୍ୟାପଜାୟତେ ।

---ନେନ ପରେଣ ପରିବର୍ଣ୍ଣିତୁଂ ।।

ଅଥବା --- ଦୁଃଖ ଲୋକର ହୁଏ, ସେ ଦୁଃଖ ଅନୁମାନ -- ନାହିଁ ।

--- ଶାକେନାପି ପ୍ର‌ଯୂର୍ଯତେ ।

ଅସ୍ୟ ଦଗ୍‌ଧୋଦରସ୍ୟାର୍ଥେ କଃ କୁର୍ଯାତ୍ପତକଂ ମହତ୍ ।।

ପୁନର୍ବାର ଶୁଣ, ସ୍ୱଚ୍ଛନ୍ଦରେ ବନରେ ଜନ୍ମେ ଯେଉଁ ଶାକ ତ‌ହିଁରେ ସୁଦ୍ଧା ଉଦର ପୂରଣ ହୁଏ ତେବେ ଏହି ନିଆଁ ଲଗା ପେଟ ନିମନ୍ତେ କିଏ ମହାପାପ କରେ ?

ସେ ମାର୍ଜାର ଏହି ପ୍ରକାର ବିଶ୍ୱାସ ଜନ୍ମାଇ ବୃକ୍ଷ କୋଟରରେ ରହିଲା । ଅନନ୍ତର କିଛି ଦିନ ଗଲାଋ ପକ୍ଷିଶାବକମାନଙ୍କୁ ଧରି ଆପଣା କୋଟର ମଧ୍ୟକୁ ଆଣି ପ୍ରତ୍ୟହ ଖାଏ । ଯେଉଁ ପକ୍ଷିମାନଙ୍କ ସନ୍ତାନ‌କୁ ଖାଇଲା ସେ ସବୁ ଶୋକାର୍ତ୍ତ ହୋଇ ରୋଦନ କରି କରି ଇତସ୍ତ‌ତଃ ପଚାରିଲେ । ବିଡ଼ାଳ ତାହା ଜାଣି କୋଟର‌ଋ ବାହାରି ପଳାଇଲା, ତବ୍ଦାଦ ଇତସ୍ତ‌ତଃ ଅନ୍ୱେଷଣ କରିବାରେ ପକ୍ଷି