ସୀତାଙ୍କ ବିବରଣ
ସବୁ ଆପଣା ଆପଣା ଛୁଆମାନଙ୍କର ଅସ୍ଥି ପାଇଲେ । ସେଠାଋ ସେମାନେ କହିଲେ, ଏହି ଜରଦ୍ରଗବ ଆମ୍ଭ ଛୁଆମାନଙ୍କୁ ଖାଇଅଛି, ଇହା ନିଶ୍ଚୟ କରି ପକ୍ଷିମାନେ ଗୃଧ୍ରକୁ ମାରି ପକାଇଲେ । ଅତଏବ ଆମ୍ଭେ ବୋଲୁଁ, ଅଜ୍ଞାତକୁଳଶୀଳକୁ ବାସଦେବ ଉଚିତ ନୁହେଁ ।
୨ । ସୀତାଙ୍କ ବିବରଣ
ଏହିକଥା ସ୍ଥିର ହେଲାଋ, ରାଜାଜ୍ଞାରେ ସୁମନ୍ତ୍ର ରାଜଭଣ୍ତାରଋ ଉତ୍ତମ ପଟ୍ଟବସ୍ତ୍ର ଓ ସ୍ୱର୍ଣ୍ଣାଳଙ୍କାର ଆଣିଦେଲା । ଜାନକୀ ସେଇ ବେଶ ଭୁଷାରେ ଭୁଷିତା ହୋଇ ତ୍ରିଭୁବନମୋହିନୀ ଋପ ଧାରଣକରି ରାଜାଙ୍କ ଚରଣରେ ଦଣ୍ତପ୍ରଣାମ କଲେ । ତବ୍ଦାଦ କୃତାଞ୍ଜଳିପୁଟ ହୋଇ କୌଶଲ୍ୟା ରାଣୀଙ୍କ ସମ୍ମ ଖରେ ଦଣ୍ତାୟମାନା ହେଲେ । କୌଶଲ୍ୟା ରାଣୀ କହିଲେ ସୀତେ; ତୁମ୍ବେ ରାଜକନ୍ୟା ଓ ରାଜବଧୂ, ତୁମ୍ଭର ଆଚରଣ ଦେଖି ତ୍ରିଭୁବନ ଚଳିବ; ଅତଏବ ତୁମ୍ଭେ ସର୍ବଦା ସାବଧାନରେ ରହିବ ଏବଂ ସ୍ୱାମୀ ସେବା କରିବ । ସ୍ୱାମୀ ନିର୍ଦ୍ଧନ ବା ଧନବାନ୍ ହେଉ, ସ୍ୱାମୀ ବିନା ସ୍ତ୍ରୀ ଲୋକଙ୍କର ଉତ୍ତମ ଧନ ଆଉ ନାହିଁ ସୀତା କହିଲେ ଜନନି ! ଆମ୍ଭଙ୍କୁ ଅନ୍ୟ ସ୍ତ୍ରୀ -- ନାହିଁ, ସ୍ୱାମୀଙ୍କ ସେବା ଆମ୍ଭେ ପରମ ଧର୍ମ -- ବା କରିବାକୁ ପାଇବୁଁ ଏହି ଆମ୍ଭର -- ବନଗମନରେ ବ୍ୟଗ୍ର, ଆପଣ ଆଶୀର୍ବାଦ କରନ୍ତୁ --- ହେଉ । କୌଶଲ୍ୟା କହିଲେ ତୁମ୍ଭସମାନ ବଧୂ ଏହି ନବୀନ ବୟସରେ ଅରଣ୍ୟକୁ ଯିବ ଏଥିରେ ଆମ୍ଭର ଆତ୍ୟନ୍ତିକ ଖେଦ ଜନ୍ମଅଛି । ତଦନନ୍ତର କୌଶଲ୍ୟା ରାଣୀ ରାମଙ୍କୁ ସମ୍ବୋଧନ କରି କହିଲେ ଦେଖ ରାମ ! ଜାନକୀ ଅତିସୁନ୍ଦରୀ, ବନ ଅତିଭୟାନକ; ତୁମ୍ଭେ ତାଙ୍କୁ ଘେନି ମୁନିଙ୍କ ଆଶ୍ରମରେ ସତତ ସାବଧାନ ଥିବ । ସୁମିତ୍ରା କହିଲେ, ଲକ୍ଷ୍ମଣ! ତୁମ୍ଭେ ରାମଙ୍କୁ ଦେବତା ନ୍ୟାୟ ଜ୍ଞାନ କରିବ, ଶାସ୍ତ୍ରରେ କହେ ଜ୍ୟେଷ୍ଠ ଭ୍ରାତା ପିତୃ ସମାନ, ଅତଏବ ସର୍ବଦା ତାଙ୍କ ଆଜ୍ଞାକାରୀ ହୋଇଥିବ, ଏବଂ ସୀତାଙ୍କୁ ମାତାଠାଋ ଅଧିକ ଜ୍ଞାନ କରିବ । ରାମ କହିଲେ ମାତଃ ! ତୁମ୍ଭେ ଆର୍ଶୀବାଦ କର, ଆମ୍ଭେ ତିନି ଜଣ ଯେବେ ଏକତ୍ର ଥିବୁଁ, ତେବେ ତ୍ରିଭୁବନରେ ଆମ୍ଭେମାନେ କାହାରିକୁ ସୁଦ୍ଧା ଶଙ୍କା କରିବୁଁ ନାହିଁ । ତଦନନ୍ତର ରାମ ଆଉ ସମସ୍ତ ରାଜମହିଷୀଙ୍କି ବନ୍ଦନା କଲେ ଏବଂ କୈକୟୀଙ୍କି ପ୍ରଣାମ କରି କହିଲେ, ମା! ଆଶୀର୍ବାଦ କର, ଆମ୍ଭେ ବନ ପ୍ରସ୍ଥାନ କଋ । କୈକେୟୀ କୌଣସି ଉତ୍ତର ଦେଲେ ନାହିଁ । ଅନନ୍ତର ରାମ ମାତାଙ୍କୁ ପିତାଙ୍କ ଚରଣରେ ସମର୍ପଣ କରି କହିଲେ ଆମ୍ଭେ ଯେଉଁ ପର୍ଯ୍ୟନ୍ତେ ପ୍ରତ୍ୟାଗମନ ନ