Jump to content

ପୃଷ୍ଠା:Prabodha Chandrika (1856).pdf/୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସୀତାଙ୍କ ବିବରଣ

କରିବୁଁ ଆପଣ ଆମ୍ଭ ମାତାଙ୍କୁ ପାଳଣ କରିବ । ରାଜା କ‌ହିଲେ ଆମ୍ଭେ ଯେବେ ବଞ୍ଚିଥିବୁଁ ତେବେ ତାହା ଅବଶ୍ୟ କରିବୁଁ; ମାତ୍ର ତୁମ୍ଭେ ବନ‌କୁ ଯାଉଅଛ, ଆମ୍ଭେ ତୁମ୍ଭଙ୍କୁ ଏକ ଆଜ୍ଞା କରିବୁଁ, ତୁମ୍ଭେ ତାହା ଲଙ୍ଘନ କରିବ ନାହିଁ, ତୁମ୍ଭେ ତିନି ଦିନ ରଥାରୋହଣରେ ଗମନ କର । ଏହି କଥାରେ ସୁମନ୍ତ୍ର ରଥ ଆଣିଲେ । ରାମ, ଲକ୍ଷ୍ମଣ ଓ ସୀତା ରଥାରୋହଣରେ ଯାତ୍ରା କଲେ ।

ରାମ ଯାତ୍ରା କଲେ ଅଯୋଧ୍ୟା ନ‌ଗରସ୍ଥ ସକଳ ଲୋକେ ରଥର ପଛେ ପଛେ ଗଲେ; ଏବଂ ରାଜା ଦଶରଥ ଯଦିବା ଉତ୍ଥାନ ଶକ୍ତି ରହିତ ତ‌ଥାପି ପୁତ୍ରଙ୍କୁ ଦେଖିବା କାରଣ ବାହାରେ ଆସି ଛିଡ଼ା ହେଲେ । ତାହା ରାମ ସାରଥିକି କ‌ହିଲେ, ସାର‌ଥେ ! ଆମ୍ଭେ ପିତାଙ୍କ ଦୁର୍ଗତି ଆଉ ଦେଖି ପାରିବୁ ନାହିଁ, ତୁମ୍ଭେ ଶୀଘ୍ର ରଥ ଚଳାଅ । ଏକଥାରେ ସାରଥି ବେଗରେ ରଥ ଚଳାଇଲା, ତ‌ହିଁରେ କ୍ଷଣକ ମଧ୍ୟରେ ରଥ ଦୁଷ୍ଟିର ଅଗୋଚର ହେଲା । ସେହି ସମୟରେ ରାଜା ଅଚେତନ ହୋଇ ଭୁମିରେ ପଡ଼ିଲେ, ଏବଂ ଆହାର ନିଦ୍ରା ପରିତ୍ୟାଗ କରି କେବଳ ରାମ ଚିନ୍ତା କଲେ । ରାମଙ୍କ ବନବାସରେ ଆପାମାର -- ଲୋକେ ଅସୁଖୀ ହେଲେ ।

ଯେତେ -- ଲୋକେ ଏହିଋପ ଶୋକ ସାଗରରେ -- ଆରୋହଣରେ ରାମଚନ୍ଦ୍ର ତମସା ନ‌ଦୀ କୂଳରେ -- ସେଠାରେ ସ୍ନାନ ଓ ଫଳାହାର କଲେ । ତବ୍ଦାଦ ଲକ୍ଷ୍ମଣ ଅନେକ ବୃକ୍ଷର ପତ୍ର ବିଛାଇ ଦେଲେ ସେଥିରେ ରାମ ଓ ସୀତା ଶୟନ କଲେ । ଲକ୍ଷ୍ମଣ ଧନୁକ ବାଣ ହସ୍ତେ ଘେନି ଜାଗରିତ ରହିଲେ । ପରଦିନ ପ୍ରାତଃ ସ୍ନାନାଦି କରି ତମସା ନ‌ଦୀ ଓ ତବ୍ଦାଦ ଗୋମତୀ ନ‌ଦୀ ପାର ହୋଇ ଭକ୍ଷ୍ୱାକୁଙ୍କ ଦେଶ ଦେଇ ଗଙ୍ଗା ତୀରସ୍ଥ କୋଶଳ ରାଜ୍ୟରେ ଉପସ୍ଥିତ ହୋଇ ଜାହ୍ନବୀ କୂଳ ବୃକ୍ଷ ମୂଳରେ ବସିଲେ । ସାରଥି ଅଶ୍ୱ ଚରାଇଲା । ଅନନ୍ତର ଦିବାବସାନରେ ପୁନର୍ବାର ଶକଟାରୋହଣ କରି ପରଦିନ, ଶୃଙ୍ଗବେର ନ‌ଗରରେ ଗୁହକ ଚଣ୍ତାଳ ନାମକ ତାଙ୍କର ଜଣେ ବନ୍ଧୁ ଗୃହକୁ ଯାଇ ସୁମନ୍ତ୍ର ସାରଥିକୁ ମେଲାଣି କଲେ । ଗୁହକ ଚଣ୍ତାଳ ତାଙ୍କୁ ରଖିବା ନିମନ୍ତେ ଅନେକ ଯତ୍ନ କଲା, ମାତ୍ର ତ‌ହିଁରେ ସମ୍ମତ ନ ହୋଇ ଆରଦିନ ଗଙ୍ଗା ପାର ହୋଇ ଅଗ୍ରେ ଆପେ, ମଧ୍ୟରେ ସୀତା, ପଛରେ ଲକ୍ଷ୍ମଣ, ଏହିଋପେ ଦୁଇ ତ୍ରୋଣ ପଦବ୍ରଜରେ ଯାଇ ଗଙ୍ଗା ଯମୁନାଙ୍କ ମଧ୍ୟସ୍ଥଳରେ ଭରଦ୍ୱାଜ ମୁନିଙ୍କ ଆଶ୍ରମରେ ଉପସ୍ଥିତ ହେଲେ । ଭରଦ୍ୱାଜ ମୁନି ସେମାନଙ୍କ ବନବାସ କଥା ଶୁଣି ବିସ୍ତର ବିଳାପ କଲେ, ଏବଂ ସେମାନଙ୍କର ସେହି ସ୍ଥାନରେ ଅବସ୍ଥିତି