ପ୍ରୟାଗ ନଦୀ ମଧ୍ୟ ଏହି ସ୍ଥାନରେ ଆସି ମିଳେ । ସେଇ ହେତୁଋ ଏ ତୀର୍ଥର ନାମ "ଯୁକ୍ତ ତ୍ରିବେଣୀ" ଓ ସଂକ୍ଷେପରେ ତ୍ରିବେଣୀ ହୋଇଅଛି; ମାତ୍ର ସରସ୍ୱତୀର ମିଳଣ ପ୍ରତ୍ୟକ୍ଷ ନୁହଇ । ଗଙ୍ଗା ଓ ଯମୁନା ନଦୀର ମଧ୍ୟଗତ ସ୍ଥାନର ନାମ ଦୋୟାବ ଅର୍ଥାତ୍ ସଂସ୍କୃତରେ ଦ୍ଦିଅତ୍ପ: ପୁଣି ସେ ଦୋୟାବ ଶେଷ ଭାଗରେ ଯେଉଁଠାରେ ଉକ୍ତ ନଦୀ ଦ୍ୱୟ ସଂମିଳିତ ହୁଅନ୍ତି ସେଠାରେ ଗୋଟାଏ ନଗର ଅଛି, ତାହା ହିନ୍ଦୁ ମଣ୍ତଳୀ ମଧ୍ୟରେ ପ୍ରୟାଗ ନାମରେ ବିଖ୍ୟାତ । ମୁଗଲ ସମ୍ରାଟ ଆକବର ବାଦଶାହ ସେହି ରମ୍ୟନଗର ମଧ୍ୟରେ ଏକ ସୁଚାଋ ଦୂର୍ଗ ନିର୍ମାଣ କରି ନଗରର ନାମ ବଦଳ କରି ଅଲାହବାଦ ନାମରେ ବିଖ୍ୟାତ କରିଥିଲେ । ପୁନଶ୍ଚ ଇଙ୍ଗରେଜ ଓ ମୁସଲମାନମାନଙ୍କ ମଧ୍ୟରେ ଅଦ୍ୟାବଧି ସେଇ ନାମ ଚଳେ । ଦୁର୍ଗର ଯେଉଂ ଭାଗ ପ୍ରୟାଗ ତୀର୍ଥ ସମ୍ମୂଖବର୍ତ୍ତୀ ଅଟେ ତାହା ଉପରେ ବାୟୁ ସେବନାର୍ଥେ ଗୋଟାଏ ମନୋହର ଘର ଅଛି । ତାହାର ଚ୍ଛାତ ୪୦ ସ୍ତମ୍ଭ ଉପରେ ସ୍ଥାପିତ, ଏ ହେତୁଋ ସେ ଗୃହର ନାମ ୪୦ ଶର୍ତ୍ତୁନ ଅର୍ଥାତ୍ ୪୦ ସ୍ତମ୍ଭ ହୋଇଅଛି । ଉକ୍ତ ବାୟୁ ସେବନାର୍ଥ ଘର ଅତି ରମ୍ୟ ଆଉ ପୂର୍ବରେ ମୁଗଲସମ୍ରାଟମାନେ ଅନେକେ ସେଠାରେ ବାସ କରିଥାନ୍ତି ।
ଯଦ୍ୟପି ଅନେକ ମୁଗଲ ସମ୍ରାଟମାନେ ଅତିରମ୍ୟ ବୋଧ କରି ପ୍ରୟାଗ ନଗରରେ ବାସ କରିଥାନ୍ତି ତଥାପି ଏ ନଗରରେ ବୃହତ୍ ଅଟାଳିକା ଇତ୍ୟାଦି ଅଧିକ ନାହିଁ ଓ ଧନବାନ୍ ମୁସଲମାନ ପ୍ରଜା - । ନଗରସ୍ଥ ଲୋକଙ୍କ ଅଧିକାଂଶ ହିନ୍ଦୁତୀର୍ଥ ଯାତ୍ରି -- ଆଉ ଅପରାପର ପ୍ରଦେଶର ମୁସଲ୍ମାନ ସେ -- ଭିକ୍ଷୁକ ଆବାସ ଏହି ନାମ ଦେଇଅଛନ୍ତି ।
ଯମୁନା ନଦୀ ତଟରେ କେତେଗୋଟା ସୁନ୍ଦର ପାହାଚ ଅଛି, ମାତ୍ର ତତ୍ତ୍ୱାବଧାରକ ନ ଥିବାରୁ ବର୍ତ୍ତମାନ ତାହା ଭଗ୍ନ ଦଶା ପ୍ରାପ୍ତ ହୋଇଅଛି; ଏବଂ ତଦ୍ୱାରା ଯିବା ଆସିବାର କ୍ଳେଶକର ହେଉଅଛି ।
ପ୍ରୟାଗର ପ୍ରସିଦ୍ଧ ଅଟ୍ଟାଳିକା ମଧ୍ୟରେ "ଜମାମସଜିତ" ନାମକ ଯାବନିକ ଭଜନ ସ୍ଥାନ ସର୍ବାଗ୍ରଗଣଃ । ଯମୁନା ନଦୀ ତଟରେ ବୃକ୍ଷ ଶ୍ରେଣୀ ସୁଶୋଭିତ ଉକ୍ତ ମସ୍ଯିଦ ଅତ୍ୟନ୍ତ ମନୋହର ବୋଧହୁଏ । ସେଠାଋ କେତେକ ଦୂରେ ରାଜକୁମାର ଖୋସରୋଙ୍କ ଆଜ୍ଞାରେ ନିମତ ଗୋଟାଏ ପାନ୍ଥଶାଲା ଅର୍ଥାତ୍ ଧର୍ମଶାଳା ଓ ବଗିଚା ଅଛି । ସେଇ ବଗିଚା ଦୁଇଜଣ ଯବନ ରାଜକୁମାର ଓ ରାଜ କନ୍ୟାର ସମାଧି ସ୍ଥାନ । ସେଠାରେ ବୃକ୍ଷ ଶ୍ରେଣୀର ଶୋଭା ଓ ସମାଧି