କୁମ୍ଭୀର
ଗୃହର ସୌନ୍ଦର୍ଯ୍ୟ ବର୍ଣ୍ଣନାତୀତ; ମାତ୍ର ରକ୍ଷକ ନ ଥିବାଋ ବର୍ତ୍ତମାନ ତାହାର ଅନେକ ଦୁର୍ଦଶା ଘଟିଅଛି, ଏବଂ ବୋଧହୁଏ, ଶୀଘ୍ର ଲୋପ ହେବ । ପ୍ରାଚୀନ ପଦାର୍ଥ ମଧ୍ୟରେ ପ୍ରୟାଗ ନଗରରେ ଏକ ଅତି ଉଚ୍ଚ ଜୟସ୍ତମ୍ଭ ଅଛି । ତାହା ପ୍ରସିଦ୍ଧ ବୌଦ୍ଧ ସମ୍ରାଟ ଅଶୋକ ରାଜା ସ୍ଥାପିତ କରି ତଦୁପରି ଗୋଟାଏ ଶାସନପତ୍ର ଖୋଳାଇ ଥିଲେ । ତାଙ୍କର ପରଲୋକାନନ୍ତର ବହୁକାଳ ସେଇ ସ୍ତମ୍ଭ କୌଣସି ହିନ୍ଦୁ ରାଜାଙ୍କ ଲକ୍ଷ ହୋଇ ନାହିଁ । ୮୦୦ ସାଲରେ କନୌଜାଧିପତି ଶୁଦ୍ରରାଜା ସମୁଦ୍ର ଗୁପ୍ତ ସେଇ ସ୍ତମ୍ଭୋପରି ଆହୁରି ଗୋଟାଏ ଅନୁଶାସନପତ୍ର ଖୋଳାଇଥିଲେ ତବ୍ଦାଦ ଜଣେ ମୁସଲମାନ ସମ୍ରାଟସୁଦ୍ଧା ଏକ ବୀଜକ ଖୋଳାଇ ଥିଲେ । ପ୍ରୟାଗ ତିର୍ଥରେ ମୁଣ୍ତନ, ସ୍ନାନ ଓ ମହା ପ୍ରସ୍ଥାନ ବିଷୟକ ବିଧି ପାଠକ ବୃନ୍ଦ ସମସ୍ତେ ଜାଣନ୍ତି, ଅତଏବ ନିରର୍ଥକ ବୋଧରେ ଏ ସ୍ଥଳରେ ତାହାର ବିବରଣ କରିବାର ନିଷ୍ପ୍ରଯୋଜନ ।
୪। କୁମ୍ଭୀର
ଭାରତବର୍ଷର ଦୁର୍ଦ୍ଦାନ୍ତ ଜଳଚର ଜୀବଙ୍କ ମଧ୍ୟରେ କୁମ୍ଭୀର ପ୍ରସିଦ୍ଧ; ଇହା ତୁଲ୍ୟ ଭୟାନକ ନଦୀ ନିବାସି ଜନ୍ତୁ ବୋଧ ହୁଏ ଯେ ଆଉ କୌଣସି ସ୍ଥାନରେ ନାହିଁ । ଶରୀରର ଲକ୍ଷଣ ବିବେଚନାରେ ଏମାନେ ଝିଟିପିଟିର ସହିତ ପରିଗଣିତ ହୋଇ ପାରନ୍ତି; ପରନ୍ତୁ ପରିମାଣରେ ଗୃହବାସି ଭବିଷ୍ୟବ୍ବକ୍ତା କ୍ଷୁଦ୍ର ଝିଟିପିଟି ସହିତ -- ତୁଳନା ହୋଇ ନ ପାରେ । ୮ କି ୧୦ ହାତ ଲମ୍ବ -- ସମସ୍ତେ ଯଥେଷ୍ଟ ଦେଖି ଅଛନ୍ତି ବୋଧ ହୁଏ, -- ଦୁଷ୍ପ୍ରପ୍ୟ ନୁହେ; ଅପର ତାହାଠାଋ ବୃହତ୍ -- ପରିମାଣର କୁମ୍ଭୀର ମଧ୍ୟ ଦେଖା ଯାଇଅଛି ।
ଏହି ଦୁର୍ଦ୍ଦୟ ଜନ୍ତୁ ବଙ୍ଗ ଓ ଓଡ଼ିଶା ଦେଶ ନଦୀରେ ସୁପ୍ରାପ୍ୟ ଆଉ କଦାପି ବୃହତ୍ ୨ ପୁଷ୍କରିଣୀରେ ଦେଖାଯାଏ । ଇଉରୋପ ଖଣ୍ତରେ କୁମ୍ଭୀରର ଉତ୍ପତ୍ତି ନାହିଁ ଆଉ ଆଫ୍ରିକା ଓ ଆମେରିକା ଖଣ୍ତରେ ବର୍ତ୍ତମାନ ଯେଉଁ କୁମ୍ଭୀର ଅଛନ୍ତି ସେମାନଙ୍କ ଅବୟବ ଠିକ ଏ ଦେଶୀୟ କୁମ୍ଭୀର ତୁଲ୍ୟ ନୁହେ; କିଞ୍ଚିତ୍ ଇତର ବିଶେଷ ଅଛି; କେବଳ ଆଫ୍ରିକା ଖଣ୍ତର ନୀଳନଦୀବାସି କୁମ୍ଭୀର ସେମାନଙ୍କ ଏଦେଶୀୟ ଭ୍ରାତୃଗଣ ସହିତ ସମ୍ପୂର୍ଣ୍ଣ ସାଦୃଶ୍ୟ ରଖନ୍ତି ।