କୁମ୍ଭୀର
କୁମ୍ଭୀରମାନେ ସଦ୍ୟ ମାଂସ ଭକ୍ଷଣ କରିବାକୁ ଅକ୍ଷମ; ଏହି କାରଣ ଗବାଦି ପଶୁଙ୍କୁ ବଧକରି ଜଳ ମଧ୍ୟରେ ନିମଗ୍ନ କରି ରଖନ୍ତି; କିୟତ୍କାଳ ସେଠାରେ ରଖି ମାଂସ ଗଳିତ ହେଲାଋ ତାହା ଭକ୍ଷଣ କରନ୍ତି; ଯକ୍ଷ ପର୍ଯ୍ୟନ୍ତେ ଉକ୍ତ ଶବର ମନ୍ନଥ ଗଳିତ ନହୁଏ, ତଦବଧି ତାହା ପାଖରେ ଜଗି କରି ଥାନ୍ତି; କଦାପି ଅନ୍ୟଠାକୁ ଗମନ କରନ୍ତି ନାହିଁ; ଓ ଦୈବଯୋଗରେ ଅନ୍ୟ କୌଣସି କୁମ୍ଭୀର ସେଠାକୁ ଆସିଲେ ଦୁହେଁ ମିଳି ଘୋର ଯୁଦ୍ଧ କରନ୍ତି । ସ୍ୱଭାବତଃ ବହୁଭୁକ୍ ହୋଇସୁଦ୍ଧା, କୁମ୍ଭୀରମାନେ ବହୁକାଳ ଆହାର ନ କରି ରହି ପାରନ୍ତି । ଏକ ସମୟରେ କୌଣସି ସାହେବ ଗୋଟାଏ କୁମ୍ଭୀରର ମୁଖ ସିଇଁ କରି ଗୋଟାଏ ପୁଷ୍କରିଣୀ ମଧ୍ୟରେ ତାହାକୁ ପକାଇ ଦେଲେ ଛ ମାସବାଦ ତାହାକୁ ସେଠାଋ କାଢ଼ି ଆଣି ଦେଖିଲେ,କୁମ୍ଭୀର ପୂର୍ବପରି ଚଞ୍ଚଳ ଓ ବଳବାନ୍ ଅଛି ।
କୁମ୍ଭୀର ମୁଖରେ ଏକ ଧାଡ଼ି ଦନ୍ତ ଥାଏ, ଉକ୍ତ ଦନ୍ତ ସବୁ ଅନ୍ତଃଶୂନ୍ୟ ଅର୍ଥାତ୍ ପୋଲା । ଉକ୍ତ ଶୂନ୍ୟ ସ୍ଥାନରେ ଅନ୍ୟ ଏକ ପଁକ୍ତି ଦନ୍ତର ଅଙ୍କୁର ଅଛି; ପ୍ରଥମ ଦନ୍ତପଁକ୍ତି ଭଗ୍ନ ହେଲେ ନୂତନ ପଁକ୍ତି ବାହାରଇ । ଏବମ୍ପ୍ରକାରେ କୁମ୍ଭୀର ଶରୀର ବୃଦ୍ଧ୍ୟନୁସାରେ ତାହା ମୁଖ ମଧ୍ୟରେ କ୍ରମେ ୨ ଆଠ କି ଦଶବାର ଦନ୍ତ ଉଥିତ ହୁଏ । କୁମ୍ଭୀରର ଡ଼ିମ୍ବ ସଂଖ୍ୟା ୨୫ ଗୋଟା । ବାଲି ଉପରେ ସେହି ଡ଼ିମ୍ବପ୍ରସବ କଲା ବାଦ କିଞ୍ଚିତ ବାଲିରେ ଘୋଡ଼ାଇ କୁମ୍ଭୀର ପ୍ରସ୍ଥାନ କରେ ଆଉ ତବ୍ଦାଦ ଛୁଆ ଜନ୍ମ ବିଷୟରେ ଅନ୍ୟ କୌଣସି ଚେଷ୍ଟା କରେ ନାହିଁ । ପ୍ରାଣି ତତ୍ବଜ୍ଞାତା ନାନା ପ୍ରକାରେ କୁମ୍ଭୀର ଜାତି ବିଭାଗ କରିଅଛନ୍ତି କିନ୍ତୁ ଏଠାରେ ତାହାର ଉଲ୍ଲେଖ କରିବାର ଅଭିପ୍ରାୟ ନାହିଁ । ଏହି ଦେଶରେ ଦୁଇ ପ୍ରକାର କୁମ୍ଭୀର ପ୍ରସିଦ୍ଧ; ପ୍ରଥମ କୁମ୍ଭୀର, ଦ୍ୱିତୀୟ ଘଡ଼ିଅଳ । ଶେଷୋକ୍ତ ପ୍ରକାର କୁମ୍ଭୀରକୁ ମତ୍ସ୍ୟ କୁମ୍ଭୀର ବୋଲାଯାଏ । ପାଠକବୃନ୍ଦ ଏ - କୁମ୍ଭୀରକୁ ଅବଶ୍ୟ ଦେଖିଅଛନ୍ତି ଅତଏବ ଆହୁରି ବାହୁଲ୍ୟ ---।