ପୃଷ୍ଠା:Prabodha Chandrika (1856).pdf/୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


୧୮୪୯ ସାଲରେ ରେଭରେଣ୍ଡ ଲେସିଙ୍କ ସଂପାଦନାରେ ଓଡ଼ିଶାରୁ ଏହା ପ୍ରକାଶିତ ହୋଇଥିଲା । ଏହାପରେ ୧୮୬୧ ମସିହାରେ 'ଖ୍ରୀଷ୍ଟାନ୍ ଭର୍ଣ୍ଣାକୁଲାର ଲିଟରେଚର ସୋସାଇଟି' 'ଅରୁଣୋଦୟ' ନାମରେ ଅନ୍ୟ ଏକ ମାସିକ ପତ୍ର ପ୍ରକାଶ କଲେ । ଏହା ତିନି ବର୍ଷ ମାତ୍ର ଜୀବିତ ଥିଲା ।" (ପୃ-୪୬ରୁ ଜଣାଯାଏ ଯେ 'ପ୍ରବୋଧ ଚନ୍ଦ୍ରିକା'ର ନାମ ବିସ୍ମୃତ ହୋଇଯାଇଛି । ସମୟ କ୍ରମେ ଏହା ଆବିଷ୍କୃତ ହୋଇପାରିଛି । ଏହି ପତ୍ରିକାଟ ଯେ ସେ ସମୟ ଓଡ଼ିଶାର ଯଥାର୍ଥ ଓଡ଼ିଆ ସଂସ୍କୃତି ଓ ସାହିତ୍ୟ ପତ୍ରିକା କ‌ହିଲେ ଅତ୍ୟୁକ୍ତି ହେବ ନାହିଁ ।

ମିଶନାରୀମାନଙ୍କ ଉଦ୍ୟମରେ ପ୍ରକାଶିତ ପୁସ୍ତକ

ଓଡ଼ିଆ ଭାଷାରେ ପ୍ରଥମ କରି ବାଇବେଲ ଅନୁବାଦ ପ୍ରକାଶ ପାଇଲା ୧୮୧୧ ମସିହାରେ । ଏହି ନିଉ ଟେଷ୍ଟାମେଣ୍ଟର ଓଡ଼ିଆ ଅନୁବାଦକ ଥିଲେ ଡକ୍ଟର କାରେ ଓ ପୁରୁଷୋତ୍ତମ ପଣ୍ଡିତ । ଫୋର୍ଟ ଉଇଲିଅମ କଲେଜରେ ପୁସ୍ତକର ପାଣ୍ଡୁଲିପି ପ୍ରସ୍ତୁତ ହୋଇ ଛାପା ନିମିତ୍ତ ଶ୍ରୀରାମ‌ପୁର ପ୍ରେସ୍‌କୁ ପଠାଯାଇଥିଲା । ପରବର୍ତ୍ତୀ ସମୟରେ ସେଠାରେ ଅନ୍ୟାନ୍ୟ ଓଡ଼ିଆ ବାଇବେଲ ଓ ଓଡ଼ିଆ ଗ୍ରନ୍ଥ ମୁଦ୍ରିତ ହେବାକୁ ଲାଗିଲା ।

ଖ୍ରୀ: ୧୮୧୧-୧୮୪୩ ମଧ୍ୟରେ ଅନେକ ଗୁଡ଼ିଏ ଓଡ଼ିଆ ଗ୍ରନ୍ଥ ଛାପା ଯାଇଥିଲା । ତନ୍ମଧ୍ୟରେ ମୂଖ୍ୟ ହେଉଛି କେତେଗୁଡ଼ିଏ ବାଇବେଲର ଓଡ଼ିଆ ଅନୁବାଦ । ଏହା ମଧ୍ୟରେ ଆମସ୍ ସଟନ୍‌ଙ୍କର (Amos sutton) 'ଉତ୍କଳ ଭାଷାର୍ଥାଭିଧାନ' ବା 'Oriya Dictionary with Synonyms' ହେଉଛି ଏକ ବିଶିଷ୍ଟ କୃତି । ସଟନ୍ ସାହେବ ଭୁବନାନ‌ନ୍ଦ ନ୍ୟାୟାଳଙ୍କାରଙ୍କ ସହାୟତାରେ ଏହି ଉପାଦେୟ ଓଡ଼ିଆ ଅଭିଧାନ ପ୍ରକାଶ କରିଥିଲେ । *ଓଡ଼ିଆ ମିଶନ ପ୍ରେସ୍‌ରୁ ପ୍ରଥମ ଖଣ୍ଡ୧୮୪୧ ଓ ପରବର୍ତ୍ତୀ ଦୁଇଖଣ୍ଡ ୧୮୪୩ରେ ପ୍ରକାଶିତ ହୋଇଥିଲା । ୧୮୨୪ରେ କଟକ ସ୍କୁଲ ମିଶନାରୀମାନଙ୍କଦ୍ୱାରା ସ୍ଥାପିତ ହେବା ପରେ ୧୮୪୦ ବେଳକୁ ତ‌ହିଁର


* Early Oriya Lexicons_Their imprtance-Dr. B Mohanty, Bharati-Utkal University Journal Vol-III, 1969