Jump to content

ପୃଷ୍ଠା:Prabodha Chandrika (1856).pdf/୯୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କଣିକା ସଂଗ୍ରହ

ସୁଚତୁର ତାର୍କିକ । ଜଣେ ମୁସଲମାନ ସ୍ୱଜାତୀୟ କୌଣସି ପଣ୍ତିତ ନିକଟରେ ଉପସ୍ଥିତ ହୋଇ କ‌ହିଲା, ଅବଧାନ, ଆମ୍ଭର ତିନିଟି ସନ୍ଦେହ ହୋଇଅଛି, ତାହା ଭଞ୍ଜନ କରିବାକୁ ଅନୁମତି ଦେବା ହେବ ।

୧ ପ୍ରଶ୍ନ । ସମସ୍ତେ କ‌ହନ୍ତି ପରମେଶ୍ୱର ସର୍ବ ସ୍ଥାନରେ ଅଛନ୍ତି, ତେବେ ତାହାଙ୍କୁ କି ହେତୁଋ ଦେଖି ନ ପାଋଁ ?

୨ ପ୍ରଶ୍ନ । ପ୍ରବାଦ ଅଛି ମନୁଷ୍ୟଦ୍ୱାରା କୌଣସି କର୍ମ ହୁଏ ନାହିଁ, ସକଳ କର୍ମ ପରମେଶ୍ୱର କରନ୍ତି; ତେବେ କି ପ୍ରକାରେ ପାପ କରିବାର ଶାସ୍ତି ମନୁଷ୍ୟ ପ୍ରତି ବିଧାନ ହୋଇପାରେ ?

୩ ପ୍ରଶ୍ନ । ଶାସ୍ତ୍ରରେ ଲେଖେ ଶୟତାନ ସର୍ବଦା ପାପାଚରଣରେ ରତ ଥାଏ ଏହେତୁଋ ତାକୁ ସୃଷ୍ଟି କର୍ତ୍ତା ଅଗ୍ନିକୁଣ୍ତରେ ନିକ୍ଷେପ କରି ରଖି ଅଛନ୍ତି ; ଏକଥା ମଧ୍ୟ ଉକ୍ତ ଅଛି କି ସେ ଶୟତାନ ଶରୀର ତେଜଃ ପଦାର୍ଥରେ ନିର୍ମିତ ; ଅତଏବ ଉକ୍ତ ଅଗ୍ନିରେ ସେଇ ତେଜଃ ପଦାର୍ଥର କି ଶାସ୍ତି ହୋଇପାରେ ?

ଏହି ବାକ୍ୟ ଶୁଣି ପଣ୍ତିତ କୌଣସି ପ୍ରତ୍ୟୁକ୍ତି ନ କରି ସେଇ ପ୍ରଶ୍ନ‌କର୍ତ୍ତା ମୁଣ୍ତରେ ଗୋଟାଏ ଟେକା ନିକ୍ଷେପ କଲା । ପ୍ରଶ୍ନ‌କର୍ତ୍ତା ଲୋଷ୍ଟ୍ରାଘାତରେ ରାଗାନ୍ଧ ହୋଇ ବିଚାରକର୍ତ୍ତା କାଜୀଙ୍କ ନିକଟକୁ ଯାଇ ବିଚାର ପ୍ରାର୍ଥନା କଲା । କାଜୀ ସେଇ ପଣ୍ତିତକୁ ଡ଼କାଇ କ‌ହିଲେ; ହେ ପଣ୍ତିତ, ତୁମ୍ଭେ ଏ ବ୍ୟକ୍ତିର ପ୍ରଶ୍ନର ନ ଦେଇ କି ହେତୁଋ ଆଘାତ କଲ ? ପଣ୍ତିତ କ‌ହିଲା; ଧର୍ମାବତାର, ଆମ୍ଭେ ତାହାକୁ ମାରିନାହୁଁ କିନ୍ତୁ ସେ ଲୋଷ୍ଟ୍ରାଘାତରେ ତାହାର ପ୍ରଶ୍ନ ତ୍ରୟର ଉତ୍ତର ପ୍ରଦାନ କରିଅଛୁଁ । ପ୍ରଥମରେ ପ୍ରଶ୍ନ‌କର୍ତ୍ତା କ‌ହେ ତାହା ମସ୍ତକରେ ଲୋଷ୍ଟ୍ରାଘାତ‌ଋ ପୀଡ଼ା ହୋଇଅଛି ଅଥଚ କେଉଁ ସ୍ଥାନରେ କି ପ୍ରକାରେ ପୀଡ଼ା ହୋଇଅଛି ତାହା ଦେଖିପାରେ ନାହିଁ । ଦ୍ୱିତୀୟରେ ସେ କ‌ହେ, ସକଳ କର୍ମ ପରମେଶ୍ୱର କରନ୍ତି ତେବେ ଆମ୍ଭେ କି ପ୍ରକାରେ ତାକୁ ମାଇଲୁଁ ? ତୃତୀୟରେ ସେ କ‌ହେ ତେଜଃ ପଦାର୍ଥକୁ ତେଜରେ ଦାହ କରା ଯାଇ ନ ପାରେ ତାହାହେଲେ ମୃତ୍ତିକା ଶରୀରକୁ ମୃତ୍ପିଣ୍ତରେ କି ପ୍ରକାରେ ପୀଡ଼ା ଦିୟାଯାଇ ପାରେ ।