କଣିକା ସଂଗ୍ରହ
ରାଜା ଆଉ ରାଜପକ୍ଷୀ । ପାରସ୍ୟ ଇତିହାସବେତ୍ତାମାନେ କହନ୍ତି କି ସେମାନଙ୍କର ଜଣେ ସମ୍ରାଟ୍ ମୃଗୟାର୍ଥୀ -- ଥିବା ସଞ୍ଚାଣ ପକ୍ଷିକୁ ଛାଡ଼ି ଦେଇ ଗୋଟାଏ -- । ସେ ତାକୁ ଧରି ବଧ କଲା; ଏବଂ ରାଜା - ପଶ୍ଚାତ୍ ଅଶ୍ୱରେ ଧାବମାନ ହୋଇ ସଙ୍ଗେ ଥିବା -- ହୋଇ ଏକାକୀ ହୋଇଥିଲେ, ଅଥଚ ଶ୍ରମ ହେତୁଋ ଅତିଶୟ ତୃଷାତୁର ହେବାଋ ପାଣି ସନ୍ଧାନ କଋ ୨ ଦେଖିଲେ ଏକ ପର୍ବତ କାନ୍ଥରେ ଜଳ ଅଳ୍ପ ୨ କରି ଝଋଅଛି । ତହିଁରେ ଆପଣା ପାର୍ଶ୍ୱଋ ପାନପାତ୍ର ବାହାର କରି ସେ ଝରଋ କିଛି କାଳ ବିଳମ୍ବରେ ପାତ୍ର ପରିପୂର୍ଣ୍ଣ କଲେ । ତବ୍ଦାଦ ରାଜା ଜଳପାନ ନିମନ୍ତେ ପାତ୍ର ଉଠାଇବା ମାତ୍ରକେ ସଞ୍ଚାଣ ପକ୍ଷ୍ୟଘାତ କରି ସେଇ ପାନପାତ୍ର ଭୂମିରେ ପକାଇ ଦେଲା । ରାଜା ଯଥେଷ୍ଟ ବିରକ୍ତ ହୋଇ ପୁନର୍ବାର ଝରକୁ ପାତ୍ର ଦେଖାଇବାଋ କିଛିକାଳ ବିଳମ୍ବରେ ପାତ୍ର ପରିପୂର୍ଣ୍ଣ ହେଲା ପୁନର୍ବାର ପାଣି ପିଇବାକୁ ପ୍ରବୃତ୍ତ ହେବା ମାତ୍ରକେ ସେ ସଞ୍ଚାଣ ଦ୍ଦିତୀୟ ଥର ପକ୍ଷ୍ୟାଘାତ କରି ସବୁ ଜଳ ପକାଇ ଦେଲା । ତହିଁରେ ରାଜା ତୃଷାରେ ଉନ୍ମତ୍ତ ପ୍ରାୟ ହୋଇ ବାରମ୍ବାର ଏଋପେ ଜଳପାନରେ ବଞ୍ଚିତ ହେବାଋ ଅତିଶୟ କ୍ରୋଧରେ ସଞ୍ଚାଣ ପକ୍ଷିକୁ ବଳପୂର୍ବକ ଭୂମିରେ କଚାଡ଼ି ତାହାର ପ୍ରାଣ ନାଶ କଲେ । ଏଥି ମଧ୍ୟରେ ରାଜାଙ୍କ ସହଚର ଜଣେ ଭୃତ୍ୟ ଆସିବାଋ ନୃପତି ସହଜରେ ତୃଷାତୁର ଆଉ ପୂର୍ବପରି ଜଳ ଧରିବାରେ ବିଳମ୍ଭ ହେବ ଏ ବିବେଚନାରେ ଭୃତ୍ୟକୁ ପର୍ବତ ଉପରଋ ସେଇ ରମ୍ୟ ପାଣି ଆଣିବାକୁ ଆଜ୍ଞା ଦେଲେ । ତହିଁରେ ଭୃତ୍ୟ ତତ୍କ୍ଷାତ୍ ପର୍ବତରେ ଚଢ଼ି ଦେଖିଲା, ଗୋଟାଏ ପ୍ରକାଣ୍ତ ଅଜଗର ସର୍ପର ମୃତଶରୀର ସେଠାରେ ପଡ଼ିଅଛି ଏବଂ ତାହାର ବିଷ ସମୂହ ପାଣିରେ ମିଶ୍ରିତ ହୋଇ ସେଇ ଅମୃତମୟ ଜଳ ପର୍ବତ ଶିଖରଋ ଝର ପ୍ରାୟ ପଡ଼ୁଅଛି । ଭୃତ୍ୟ ତଦ୍ଦୃଷ୍ଟିରେ ଭୟରେ ରାଜାଙ୍କୁ ସମୁଦାୟ ବୃତ୍ତାନ୍ତ ଶ୍ରବଣ କରାଇ ଆପଣା ତୋଷ ଦାନଋ ଏକ ପାତ୍ର ଜଳ ପରିପୂର୍ଣ୍ଣ କରି ଦେଲା ଅପର ଜଳପାନ ସମୟରେ ରାଜାଙ୍କ ଦୁଇ ଚକ୍ଷୁଋ ଶୋକବାରି ନିର୍ଗତ ହେଲା ଆଉ ସେ ଉକ୍ତ ଭୃତ୍ୟକୁ ପକ୍ଷିର ଅଦ୍ଭୁତ ଗୁଣ ବର୍ଣ୍ଣନ କରି ସ୍ୱୀୟ ଅବିବେକତା ଓ ଅସହିଷ୍ଣୁତା ପ୍ରତି ଧିକ୍କାର କଲେ । ପାରଣ୍ୟମାନେ କହନ୍ତି ସେ ଭୁପତି ଶୋକରେ ଅବଶିଷ୍ଟ ଜୀବନ ଯାପନ କରିଥିଲେ ।