ପୃଷ୍ଠା:Prabodha Chandrika (1856).pdf/୯୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଶ୍ରୀଶ୍ରୀଯୁକ୍ତ ଲାର୍ଡ କେନିଂ ବାହାଦୁର । ଯେଉଂମାନେ ପ୍ରଶସ୍ତାକରରେ ଜନ୍ନ ଗ୍ରହଣ କରନ୍ତି ସେମାନଙ୍କ ଦାନର ହସ୍ତସୁଦ୍ଧା ପ୍ରଶସ୍ତ --- କଦାପି ଦୁର୍ଗୁଣ --- ବେ ଯେ --- ବ୍ୟତିନ୍ତ୍ରମ -- ଅନ୍ୟ କୌଣସି କାରଣ ଥିବ, ସେ କାରଣାନୁସନ୍ଧାନରେ ଆମ୍ଭମାନଙ୍କର ପ୍ରୟୋଜନ ନାହିଁ, ଫଳତଃ ଶ୍ରୀଯୁକ୍ତ ଲର୍ଡ କେନିଂ ସାହେବ ଅତିପ୍ରଶସ୍ତ କୂଳରେ ଜନ୍ନଗ୍ରହଣ କରି ଅଛନ୍ତି ଅତଏବ ତାଙ୍କ ଦାନର ହସ୍ତ ଯେ ପ୍ରଶସ୍ତ କାଳିକତାକୁ ଆସିଲା-ମାନ୍ତ୍ରକେ ତହିଁର ନିଦର୍ଶନ ଦେଖାଇଲେ । ଏତଦ୍ଦେଶୀୟ ଜେନ ମାଳୀ ଗତ ବୁଧବାର ଦିନ ଶଏ ଗୋଲାବ ଜାମୁ ଘେନି ଶ୍ରୀଯୁତଙ୍କ ନିକଟକୁ ଯାଇଥିଲା । ଶ୍ରୀଯୁକ୍ତ ଲାର୍ଡ ଉତ୍କୃଷ୍ଟ ଗୋଲାବ ଜାମୁ ଦେଖି ସନ୍ତୁଷ୍ଟ ହେଲେ, ତହିଁରେ ନିକଟସ୍ଥ ଲୋକେ ସେଇ ଫଳର ଘେନି ଆସିଅଛି, ଇହାଙ୍କ ସାକ୍ଷାତରେ ଏହି ଫଳର ମୂଲ୍ୟ କି କହିବି, ମତେ ଯାହା ଦେବେ ତାହା ନେବି । ଏଥିରେ ଶ୍ରୀଯୁକ୍ତ ଲର୍ଡ ଗୋଟିଏ ଫଳ ହସ୍ତରେ ଘେନି ଆଘ୍ରାଣ କରି କହିଲେ, ଏହି ଶତ ଫଳ ସଂଗ୍ରହ କରିବାରେ ଇହାର ଅନେକ ପରିଶ୍ରମ ହୋଇଅଛି ଅତଏବ ଏ ଫଳର ମୂଲ୍ୟ ପଚାରିବାର ପ୍ରୟୋଜନ କି ? ଇହାକୁ ପଞ୍ଚବିଂଶତ ମୁଦ୍ରା ପାରିତୋଷିକ ଦିଅ । ଭୃତ୍ୟମାନେ ତଦ୍ଦଣ୍ଡରେ ତାକୁ ପଞ୍ଚବିଂଶତି ମୁଦ୍ରା ପାରିତୋଷିକ ଦେଲେ । ମାଳୀ ସେ ମୁଦ୍ରା ପାଇ ଆହ୍ଲାଦିତ ହୋଇ ଶ୍ରୀଶ୍ରୀଯୁକ୍ତଙ୍କୁ ପଞ୍ଚବିଂଶତି ନମସ୍କାର କରି ବିଦାୟ ହେଲା । ବର୍ତ୍ତମାନ କଲିକତା ନଗରରେ ଗୋଲାବଜାମୁ ଅଧିକ ଉଠେ ନାହିଁ ତଥାଚ ବଜାରରେ ଟଙ୍କାକୁ କୋଡିଏ ରେଟା ବିନ୍ତ୍ରୟ ହେଉଅଛି, ଆମ୍ଭେମାନେ ଗତ ଶିବରାନ୍ତ୍ରି ଦିନ ଏହି ମୂଲ୍ଯରେ ନ୍ତ୍ରୟ କରିଅଛୁଁ । ଶ୍ରୀଯୁତ ଲାର୍ଡ ୫ ଟଙ୍କାର ଫଳକୁ ୨୫ ଟଙ୍କା ପାରିତୋଷିକ ଦେଲେ, ଏଥିରେ ଶ୍ରୀଯୁତଙ୍କ ଦାନର ହସ୍ତ କେତେ ପ୍ରଶସ୍ତ ଏତଦ୍ଦେଶୀୟ ଲୋକେ ଏଥିରେ ବିବେଚନା କରନ୍ତୁ ଆମ୍ଭେମାନେ ଶ୍ରବଣ କରିଅଛୁଁ ଏହି ଶ୍ରୀଯୁତଙ୍କ ପିତାମଧ୍ୟ ଅତୁଲ୍ୟ ଦାତା ଥିଲେ । ସେ ଏହି ପ୍ରକାର ଦାନ ଧର୍ମ କରି ଅନେକ ଉପକାର କରି ଅଛନ୍ତି । ସେ ମହାପୂଋଷଙ୍କର ପ୍ରିୟପୁନ୍ତ୍ର ଏହି ମହାପୁରୁଷ ଏଦେଶକୁ ଆସିଅଛନ୍ତି, ଇହାଙ୍କର ଦାନ ଦୟା ଦର୍ଶନ କରି ଏଦେଶୀୟ ଧନୀ ଲୋକେ ମଧ୍ୟ ଅନୁଗାମୀ ହେବେ । ସଜ୍ୟ ମିଥ୍ୟା ବୋଲା ଯାଇ ନ ପାରେ ଏମନ୍ତ ଭବ ଉଠିଅଛି, ଲାର୍ଡ କେନିଂ ବାହାଦୁର ଗବର୍ଣ୍ଣମେଣ୍ଟର ବ୍ୟୟ ଲାଘବ କରିବା ନିମନ୍ତେ ଅନାବଶ୍ୟକ