କର୍ମ ଓ ପଦ ସକଳ ଉଠାଇ ଦେବେ, ପ୍ରଥମେ ବଙ୍ଗ ବେହାର ଓଡ଼ିଶା ଇତ୍ୟାଦି ପ୍ରଦେଶରେ ଡ଼େପୁଟୀ କମିଶନରୀ ଜେନରଲ ପଦ ରହିତ ହେବ । ଉକ୍ତ ପଦର କର୍ମ ଅତ୍ୟଳ୍ପ, ତାହା ଅନାୟାସରେ ଗବର୍ଣ୍ଣମେଣ୍ଟର ଅନ୍ୟ ଆଫିସ ଦ୍ୱାରା ସମ୍ପନ୍ନ ହେବ ।
୯ ଫେବୃଏରି ଦିବସୀୟ ବ୍ୟବସ୍ଥାପକ ସଭାର ବୈଠକରେ ବିଧବା ବିବାହପକ୍ଷରେ ଚଟ୍ଟଗ୍ରାମର ବହୁତର ହିନ୍ଦୁ ନାମ ସ୍ୱାକ୍ଷରିତ ଏକ ଆବେଦନ ଅର୍ପିତ ହୋଇଅଛି, ସେହି ଦିବସରେ କଲିକତା, ନବଦ୍ୱୀପ ଓ ତଦିତସ୍ତତଃ ସ୍ଥାନ ନିବାସି ବିଧବା ବିବାହର ବିପକ୍ଷ ମହାଶୟମାନେସୁଦ୍ଧା ଏକ ଆବେଦନ କରି ଅଛନ୍ତି, କୌନ୍ସଲର ମେମ୍ବର ଶ୍ରୀଯୁକ୍ତ ଗ୍ରାଣ୍ଟ ସାହେବ ଉକ୍ତ ଉଭୟ ଆବେଦନକୁ ଗ୍ରାହ୍ୟ କରି ଛାପିବାକୁ ଆଜ୍ଞା ଦେଇଅଛନ୍ତି ।
ଲଣ୍ତନ ନଗରରେ "ପାରଶିୟା" ନାମକ ଗୋଟାଏ ଅତି ବୃହତ୍ ବାଷ୍ପୀୟ ତରୀ ନିର୍ମିତ ହୋଇଅଛି । ତତ୍ତୁଲ୍ୟ ବଡ଼ ଷ୍ଟିମର ପୃଥିବୀ ମଧ୍ୟରେ ଆଉ ନ ଥିବ । ଉକ୍ତ ଜାହାଜ ଏକ ଲକ୍ଷ ଆଠ ହଜାର ମହଣ ବୋଝ ଘେନି ପ୍ରତି ଘଣ୍ଟାରେ ୮ କୋଶ ମାର୍ଗ ଯାଇ ପାରେ । ଉକ୍ତ ଜାହାଜ ଦୀର୍ଘରେ ପ୍ରାୟ ୩୭୫ ହସ୍ତ ପରିମିତ ଏବଂ ପ୍ରତିରେ ତତ୍ପରିମିତ, ତାହାର ବାଷ୍ପ ଯନ୍ତ୍ରରେ ୧୨୦୦ ଘୋଟକର ବେଗ ପ୍ରଦତ୍ତ ହୋଇଅଛି ।
ଯେଉଁ ସକଳ ଲୋକଙ୍କର କୌଣସି ମକଦ୍ଦମା ଗବର୍ଣ୍ଣମେଣ୍ଟରେ ଉପସ୍ଥିତ ଅଛି ଗବର୍ଣ୍ଣମେଣ୍ଟର ସେକ୍ରେଟେରୀମାନେ ତାଙ୍କ ସହିତ କିଛି କଥୋପକଥନ X X X X ସମ୍ପ୍ରତି X X X ଏକ ଆଜ୍ଞା X X ।
ଇଙ୍ଗରେଜୀ ସମ୍ବାଦପତ୍ର ଦ୍ୱାରା ଜଣାଗଲା ଯେ, ଦୂରଦୃଷ୍ଟି କାପ୍ତାନ ଜେ ମିସନ ସାହେବ ପୀଡ଼ିତ ହୋଇ ଦୁଇ ଗ୍ରେନ୍ ମରଫିୟା ଅର୍ଥାତ୍ ଏକ ପ୍ରକାର ଗରଳ ତୁଲ୍ୟ ଔଷଧ ନିମନ୍ତେ ଡ଼ାକ୍ତର ଦେଟି ସାହେବଙ୍କଠାରୁ ଲେଖି