ପୃଷ୍ଠା:Prachina Odia Kabita.pdf/୧୦୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୪
ପ୍ରାଚୀନ ଓଡ଼ିଆ କବତା
 

ଧ୍ୟାନେ ଦେଖିଲା ଭଗବାନ । ନିର୍ଭରେ କଲା ଆଲିଙ୍ଗନ ।
ଡାକିଲା କୃଷ୍ଣ ତ୍ରାହି ତ୍ରାହି | ପ୍ରାଣ ଛାଡ଼ିଲା ଚୁମ୍ବ ଦେଇ ।
ସହି ନ ପାରି କାମଭରେ । ପଶିଲା ଗୋବିନ୍ଦ ଶରୀରେ ।
ଶୁଣି ପରୀକ୍ଷ ଦଣ୍ଡଧାରୀ । ମୁନି ଚରଣ ତଳେ ପଡ଼ି ।
ବୋଲଇ ହୋଇ କୃତକୃତ । ଶୁଣି ଚରିତ ଭାଗବତ ।
ଭୋମୁନି ହୋଇଲି ଚକିତ । ତୁମ୍ଭେ କହିଲ ବିପରୀତ ।
ପରପୁରୁଷେ ଚିତ୍ତ ଦେଲା । ସେ କମ୍ପା କୃଷ୍ଣଙ୍କୁ ପାଇଲା ।
ଶୁଣି ହସିଲେ ମୁନିବର । ବୋଲନ୍ତି ଶୁଣ ଦଣ୍ଡଧର ।
ପୂର୍ବେ ମୁଁ କହିଅଛି ତୋତେ । ପୁରାଣ ଶିରୀ ଭାଗବତେ ।
କୃଷ୍ଣଙ୍କୁ କରି ଶତ୍ରୁବଳ । ମୋକ୍ଷ ହୋଇଲା ଶିଶୁପାଳ । ୯୦ ।
ତାହାଙ୍କୁ ପ୍ରିୟପଣେ ସେବି । କମ୍ପା ନୋହିବେ ମୋକ୍ଷଭାଗୀ ।
ଭଗତ ତାରିବାର ଆଶେ । ବ୍ରହ୍ମ ପ୍ରକାଶି ଅଛି ଅଂଶେ ।
ନିର୍ଗୁଣ ହୋଇଂ ଗୁଣବନ୍ତ । ଦାସବଛଳ ଗୋପୀନାଥ ।
ତାହାର ନାହିଁ କାମ କ୍ରୋଧ । ସୁହୃଦେ ୟେକଇ ସ୍ୱଭାବ ।
ଯାହାର ମନ ହୋଏ ଲୟେ । ସେ ପ୍ରାଣୀ ପଶେ କୃଷ୍ଣଦେହେ ।
ୟେଣେ ତୁ ସନ୍ଦେହ ନ କର । ମହାମହିମା ଯୋଗେଶ୍ୱର ।
ଗୋପୀଯେ ଗଲେ ରାତ୍ରକାଳେ । ମିଳଲେ କଦମ୍ବର ତଳେ ।
ଷୋଳ ସହସ୍ର ଗୋପବାଳୀ । ଦେଖିଲେ ପ୍ରଭୁ ବନମାଳୀ ।
ନାନା କୁସୁମେ ପରିମଳ । ହୃଦେ ଲମ୍ବଇ ବନମାଳ ।
ଗୁଞ୍ଜୁରା ପାଟି ତାଳୁ ଚୂଳ । ଶ୍ରବଣେ ମକରକୁଣ୍ଡଳ । ୧୦୦ ।
ନୂପୁର କଙ୍କଣ ବିରାଜେ । ରତ୍ନମେଖଳା କଟୀ ସାଜେ ।
ପୀତବସନ ବେଣୁଧର । ନିବିଡ଼ ସୁରଙ୍ଗ ଅଧର ।
କୋଟିୟେ କାମ ନୋହେ ସରି । ଦେଖି ଚକିତ ବ୍ରଜନାରୀ ।
ଅନଳ ଦେଖିଣ ପତଙ୍ଗ । ଯେହ୍ନେ ଧାମନ୍ତି ଉଦବେଗ ।
ବେଢ଼ିଲେ ଶତେପୁର ହୋଇ । କମ୍ପନ୍ତି କୃଷ୍ଣକୁ ଅନାଇ ।
ଗୋପୀଙ୍କି ଦେଖି ବନମାଳୀ । ବଦନୁ ଥୋଇଲେ ମୁରଲୀ ।
କୋମଳ ଗଭୀର ବଚନ । କହନ୍ତି ପ୍ରଭୁ ଭଗବାନ ।
ୟେଣେ ନ କର ଖେଦ ଚିତ୍ତ । କହଇ ଶୁଣ ଭାଗବତ ।