ପୃଷ୍ଠା:Prachina Odia Kabita.pdf/୧୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୪
ପ୍ରାଚୀନ ଓଡ଼ିଆ କବିତା
 

ରଖିଲେ ଜଳରେ ଗଜକୁ | ରାଗେଣ ଛେଦିଲ ଗ୍ରାହକୁ |
ଲାବଣ୍ୟ ମୂର୍ତ୍ତି ଲକ୍ଷ୍ମୀଧର । ଲୟ କରନ୍ତି ସୁରନର ।
ଶ୍ରୀପତି ଶ୍ରୀକର ଶ୍ରୀଧର । ଶ୍ରିୟା ଦେବୀଙ୍କ ମନୋହର ।
ସଂସାର ଭିତରେ ଉତ୍ତମ । ସାଧୁଙ୍କ ହିତରେ ଜନମ ।୩୦।
ଶ୍ୟାମସୁନ୍ଦର କଳେବର । ସକଳ ଦେବେ ପରିଚାର ।
ହରି ବୋଇଲେ ହରେ ଦୁଃଖ । ହରି ଆନନ୍ଦ ମହାସୁଖ ।
କ୍ଷମା ସାଗର ପୀତବାସ । ଭଣିଲେ ବଳରାମ ଦାସ ।