ପୃଷ୍ଠା:Prachina Odia Kabita.pdf/୧୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୬
ପ୍ରାଚୀନ ଓଡ଼ିଆ କବିତା
 


ନ ଜାଣି ଯେ ଦୋଷ କଲେ ସିନ୍ଧୁ ରାଜ‌ଜେମା ।
ବାରେ ମାତ୍ର ଭାଇ ତାଙ୍କ ଦୋଷ କର କ୍ଷମା ।
ବଳରାମ ବୋଲୁଛନ୍ତି ଶୁଣ ଭାବଗ୍ରାହୀ ।
ତୋର ଲକ୍ଷ୍ମୀ ଥିଲେ ମୁହିଁଁ ରହିବଇ ନାହିଁଁ ।।୩୦।
ଭାରିଜା ଅଟଇ ସିନା ପାଦର ପାଣ୍ଡୋଇ ।
ଭାଇ ଥିଲେ କୋଟି ଭାର୍ଯ୍ୟା ମିଳି ଯେ ପାରଇ ।
ଭାର୍ଯ୍ୟାଠାରେ ଲୋଭ ଯେବେ ଅଛିରେ କ‌ହ୍ନାଇ ।
ଚଣ୍ଡାଳ ସାହିରେ ତୁ ନବର ତୋଳ ଯାଇ ।
ମୋର ବଡ଼ ଦେଉଳକୁ ଆଉ ନ ଆସିବୁ ।
ମାଇପକୁ ନେଇ ଦାଣ୍ଡ ବାହାରେ ରହିବୁ ।
ଧିକ୍କାର ବଚନ ପ୍ରଭୁ ଶୁଣି ନ ପାରିଲେ ।
ଛାଡ଼ିଲି ବୋଲିଣ ରଙ୍ଗ ଅଧରେ କ‌ହିଲେ ।
ଦେଉଳର ସିଂହଦ୍ୱାରେ ପ୍ରବେଶ ହୋଇଲେ।
ଉର୍ଦ୍ଧ୍ୱମୁଖ ହୋଇ ପ୍ରଭୁ ନିଃଶ୍ୱାସ ଛାଡ଼ିଲେ । ।୪୦।
ଶୁଣ ହେ ନାରଦ ତେଣେ ଶ୍ରୀୟା ଚଣ୍ଡାଳୁଣୀ ।
ପୂଜା କରୁଥିଲା ଲକ୍ଷ୍ମୀଙ୍କର ପାଦବେନି ।
ତାହାର ପୂଜାରେ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ ।
ଯାଚିଣ ଅନେକ ବର ପ୍ରଦାନ କରିଲେ ।
କୁଟୀର ଖଣ୍ଡିକ ଥିଲା ବଲୁରିର ଦାସ ।
ଲକ୍ଷ୍ମୀ ଦୟାକଲେ ତାକୁ ଚନ୍ଦନ ଉଆସ ।
ଯେଉଁ ଚଣ୍ଡାଳୁଣୀ ଘରେ ନ ଥିଲାକ ପୁତ୍ର ।
ଲକ୍ଷ୍ମୀ ଦୟା କଲେ ତାର ହେଲା ପାଞ୍ଚ ସୁତ । ।୫୦।
ଧନ ପୁତ୍ରବତୀ ହୁଅ ବୋଲିଣ ବୋଇଲେ ।
ବରଦେଇ ସେ ଠାବରୁ ବିଜେ କରିଗଲେ ।
ଲକ୍ଷ୍ମୀ ହେତୁ ଚଣ୍ଡାଳୁଣୀ ହେଲେ ଭାଗ୍ୟବତୀ ।
ଏବେ ଶୁଣ ହେ ନାରଦ ଅପୂର୍ବ ଭାରତୀ ।