ପୃଷ୍ଠା:Prachina Odia Kabita.pdf/୧୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୨
ପ୍ରାଚୀନ ଓଡ଼ିଆ କବିତା
 

ଏହିପରି ହୋଇ ଯେବେ ପିତାଘର ଯିବି
ଚାରିଦିନ ମାତ୍ର ତହିଁ ରହି ନ ପାରିବି ।
ଜଗନ୍ନାଥ ପ୍ରାୟ ବନ୍ଧୁ ପିତାଘର ଯିବେ
ତାଙ୍କୁ ଦେଖି ପିତା ମୋତେ ସମର୍ପିଣ ଦେବେ ।
ଶାପ ଦେବା ଫଳ ମୋ ହୋଇବ ଅକାରଣ
ଦରିଦ୍ର ନୋହିବେ ପ୍ରଭୁ ଦେବ ଭଗବାନ । ୨୦୦ ।

(‘ଲକ୍ଷ୍ମୀପୁରାଣ',ରୁ ଗୃହୀତ)