ପୃଷ୍ଠା:Prachina Odia Kabita.pdf/୧୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୬
ପ୍ରାଚୀନ ଓଡ଼ିଆ କବିତା
 

ଏସନେକ ବୋଲି ଯେ ଡାକଇ ଶବଦାଇ
ହାଟ ବାଟ ରାଜ୍ୟ ଦାଣ୍ଡରେ ବୁଲୋଇ ।
ନଗ୍ର ନର ନାରୀ ଗୋଡ଼ାଇ ଦେଖନ୍ତି
ୟେକ ଆରକେଣ ଯେ ବଚାରି ସାହସନ୍ତି ।
ଜରତା କୋଷୀ ନାମେଣ ଯେ ଏକଇ ନଟନାରୀ
ବିଧାତା ଉପାୟେଣ ଅଛଇ ଅବତରି । ।୬୦।
ସେ ଆସି ସୁବର୍ଣ୍ଣ ଚାଙ୍ଗୁଡ଼ି ଧଇଲା
ମୁହିଂ ଋଷିଶୃଙ୍ଗକୁ ଆଣିମି ବୋଇଲା ।
ଶୁଣିଣ ଦୋସାଧୁ ହରଷ ମନ ହୋଇ
ରାଜାର ଛାମୁକୁ ତାକୁ ଗଲାକ ଘେନାଇ ।
ଦେଖିଣ ସନ୍ତୋଷ ହୋଇଲା ମହୀପାଳ
ଜରତାକୁ ଦେଲା ସେ କନେକ ପଦ୍ମମାଳ ।
ଅନେକ ପ୍ରବୋଧ ଯେ କଲାକ ନୃପମଣି
ୟେ ମୋହର ରାଜ୍ୟ ଉଧର ତରୁଣୀ ।
ସୁନ୍ଦେରୀ ବୋଇଲା ଯୋଡ଼ିଣ ବେନିକର
ଶୁଣ ଲମ୍ବପାଦ ଯେ ଠାକୁର ମୋହୋର । ।୭୦।
ୟେ ତୋହୋର ଆଜ୍ଞା ଶିରେ ଦେବ ଧରି
ସେ ମହାଋଷିଙ୍କି ମୁଁ ଆଣିବି ହେଳୁ କରି ।
କଥାୟେ କହିବି ମୁଁ ତ କରଇ ଦେବ ଭୟେ
ପ୍ରସନ୍ନ ହୋଇ ଆଜ୍ଞା ଦେବା ମୋତେ ରାୟେ |
ୟେ ତୋହୋର କଟକେ ସର୍ବଜନେ ସୁଖୀ
ବିଶେଷେଣ ବେଶ୍ୟା ନୋହୁ ଆମ୍ଭେ ଦୁଃଖୀ ।
ବନ ପର୍ବତ ୟେ ଶାଳ ଶିଳ ବାଟ
ପାଦେଣ ଗମନ୍ତେ ଯେ ପାଇବୁ ଆମ୍ଭେ କଷ୍ଟ ।
ନାବ ସଜ କରି ଦିଅ ନପବର
ଅପ୍ରମାଦେ ଆଣିମି ମୁଁ ଋଷିର କୁମର । ।୮୦।
ନୃପତି ସନ୍ତୋଷ ହୋଇଲା ତାହା ଶୁଣି
ନାବ ଭିଆଣ ସେ କଲାକ ନୃପମଣି ।