ପୃଷ୍ଠା:Prachina Odia Kabita.pdf/୧୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୬ଶ ଶତାବ୍ଦୀ
୧୧୯
 

ରାଜା ପ୍ରସନ୍ନ ହୋଇ ଫୁଲ ପାନ ଦେଲା
ଶୁଧ୍ୟ ସୁବର୍ଣ୍ଣ ଯେ ବୃଷ୍ଟି କରାଇଲା । ।୧୪୦।
ଆଜ୍ଞା ଦେଲା ଶୁଭ ଅନୁକୂଳେ ଯାଅ
ମୁନିର କୁମରକୁ ବେଗେ ଭେଟ ପାଅ ।
ପଥେଣ ତୁମ୍ଭକୁ ରଖନ୍ତୁ ଦେବୀ ଦୁର୍ଗା
ଯାନ୍ତେ ଅନୁଗ୍ରହ କରନ୍ତୁ ଦେବୀ ଗଙ୍ଗା ।
ବିନାୟକ ତୁମ୍ଭର ହରନ୍ତୁ ବିଘ୍ନ ଦୋଷ
ଶ୍ରୀମାଧବ ତୁମ୍ଭର ହରନ୍ତୁ କଳୁଷ ।
ଲକ୍ଷ୍ମୀ ନରସିଂହ କରନ୍ତୁ ସଦୟା
ଶ୍ରୀ ପୁରଷୋତ୍ତମ ରଖନ୍ତୁ ତୁମ୍ଭର କାୟା ।
ମଙ୍ଗଳ ଅଷ୍ଟକ ଯେ ପଢ଼ନ୍ତି ଜଉତିଷ
ବ୍ରାହ୍ମଣେ ବେଦ କରନ୍ତି ଆଗେ ଘୋଷ । ।୧୫୦।
ଲୋକେ ଧନି ଧନି ବୋଲନ୍ତି ବେଗେ ଯାଅ
ମାହିନ୍ଦ୍ର ବେଳେ ସେ ନାବ ପେଲିଦିଅ ।
ନୃପତିଙ୍କି ଓଳଗି ବୋଲଇ ଜରତା
ବାହୁଡା ବିଜୟେ ଦେବ କର ଶତ୍ରୁଜିତା ।
ବୋଲଇ ମହୀପାଳ ଆମ୍ଭରେ କିସ କାର୍ଯ୍ୟ
ତୋହୋରେ ଗଲେ ରକ୍ଷା ହୋଇବ ସିନା ରାଜ୍ୟ ।
ନାବ ଚଳିଯନ୍ତେ କୂଳେ ବଜାଇଲେ ବାଜା
ଉଚ୍ଛବ ରାଜ୍ୟରେ କଲେ ଲମ୍ବପାଦ ରାଜା ।
ଚଳିଲାକ ନାବ ଯେ ୟେକ ଲୟେ ହୋଇ
ପ୍ରସାଦ ପାଇ କଇବର୍ତ୍ତେ ନାବ ନେଲେ ବାହି । ।୧୬୦।
ବନ ପର୍ବତ କି ଚଳଇ ନଦୀ ମଧ୍ୟେ
ଆକାଶେ ଆନନ୍ଦ ହୋଇଲେ ସୁରସିଧ୍ୟେ ।
ରାତ୍ର ଦିବସରେ ନ ବିଶ୍ରାମି ଗଲେ
ଅନେକ ଘୋର ଗିରି ବନସ୍ତ ଜିଣିଲେ ।
ଦୁସହ ଦୁର୍ଗମ ଗହନ ବନେ ଯାନ୍ତି
ଅପୂର୍ବ ପଦାର୍ଥ କୂଳରେ ଦେଖନ୍ତି ।