ପୃଷ୍ଠା:Prachina Odia Kabita.pdf/୧୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୨୦
ପ୍ରାଚୀନ ଓଡ଼ିଆ କବିତା
 

କାହିଁ ଗଜେ ଗଜେ ହୁଅନ୍ତି ଚଉଦନ୍ତ
କେବଣ ଶାର୍ଦ୍ଦୂଳ ଖେଦଇ ମୃଗନ୍ତ ।
କାହିଁ ରୁକ୍ଷ ପୋଏ ଖଳନ୍ତି ଖେଡ଼ରସ
କାହିଁ ହସ୍ତୀ ଦେଖି ବାନରେ ହରଷ । ।୧୭୦।
କାହିଁ ସୁରତି ଯେ କରନ୍ତି ଗଜ ବେନି
ନାବକୁ ଚାହିଁ କେ ହୁଅନ୍ତି ଅନ୍ୟୋଅନ୍ୟି ।
କାହିଁ ମତ୍ତ ହସ୍ତୀକି ବିଦାରଇ ସିଂହ
ସର୍ବାଙ୍ଗେ ଶ୍ରୋଣିତ ଦିଶଇ ଦେହ ରଙ୍ଗ ।
କାହିଁ ସର୍ପକଇ ମାରଇ ବଣ ଗୋରୁ
କାହିଁ ବାଘଡ଼ରେ ପଳାବନ୍ତି ଗୋରୁ ଦୁରୁ ।
କେବଣ ଜୀବଜନ୍ତୁ ନଦୀକି ଚାହାନ୍ତି
ନାବ ଚଳିଯାନ୍ତେ ଦିଶନ୍ତି ପନ୍ତି ପନ୍ତି ।
ପରାକ୍ରମ କରି ହୁଅନ୍ତି ଆଗୁସାର
କେହୁ ଭୟକରି ପଶନ୍ତି ଲତାର । ।୧Г୦।
କେହୁ ପଛକଇ ଚାହିଁ ଆଡ଼ ହୋଇଯାନ୍ତି
ଥୋକାୟେକ ଦୂର ଯାଇ ଲେଉଟି ଆସନ୍ତି ।
ଚାମରୀ ଯୂଥ କାହିଁ ପାଣି ପିଇ ଆସଇ
ନାବ ଦେଖିଣ ଯେ ଥୋକାଏ ଦୂରେ ରହି ।
କେବଣ ଠାବେ ତାଙ୍କୁ ଝାମ୍ପଇ ଶାର୍ଦ୍ଦୂଳ
ବଣ ମାର୍ଜାର କାହିଁ କରନ୍ତି ମୁଖଗୋଳ ।
କାହିଁ ଶେତ ନେଉଳ ଖେଦା ଖେଦା ହୋଇ
ନେପାଳି ମୂଷାକୁ ଯେ ଅଛନ୍ତି ଗୋଡ଼ାଇ ।
ଚିତ୍ର ମୟୂର ଯେ କରନ୍ତି ନୃତ୍ୟରସ
କାହିଁ ବଣ ପାରୁଆ ଉଡ଼ନ୍ତି ଚଉପାଶ । । ୧୯୦।
ଗହନ ବନସ୍ତରେ ବୋବାଇ ଏକ ଜୀବ
ହୁଳହୁଳି ପ୍ରାୟେକ ଶୁଭଇ ଶବଦ ।
ପର୍ବତ ଉପରେ ଥାଇ ଦେଖଇ ଗୟଳ
ନାବ ଦେଖି ଧାଇଁ ଅଇଲା ନଦୀକୂଳ ।