ପୃଷ୍ଠା:Prachina Odia Kabita.pdf/୧୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୨୨
ପ୍ରାଚୀନ ଓଡ଼ିଆ କବିତା
 

ତହିଁ ରହିଲେ ଯେ ଉତ୍ତମ ସ୍ଥାନ ଦେଖି
ବିଚାର କରନ୍ତି ଯେ ଶରଦଚନ୍ଦ୍ରମୁଖୀ ।
ବିଭାଣ୍ଡେକ ନଥିବା ଜାଣିଣ ଯେ ଯିବା
ସେ ମୁନି ଜାଣିଲେ ଶାପ୍ୟ ସେ ପାଇବା ।
ୟେଥୁ ଅନନ୍ତରେ ଗଲାକ ଦିନ ଚାରି
ବିଭାଣ୍ଡେକ ନ ଥିବାରେ ଜାଣିଲେ ଚତୁରୀ ।
କାମମୋହେନୀକି ରାଇଣ ଜରତା
ସାଙ୍ଗରେ ପେଶିଲେ ସେ ବାରହ ବନିତା । ।୨୩୦।
ଅନେକ ମତେ ତାଙ୍କୁ ତିଆରି କହିଲା
ପ୍ରେମରସ ଗୁଣ ଅନେକ ଶିଖାଇଲା ।
ଯାଅ ଯା ସୁନ୍ଦେରୀ ଲୋ ରାଜକାର୍ଯ୍ୟ କର
ଯେମନ୍ତେ ଭଣ୍ଡି ହୁଅଇ ଋଷିର କୁମର ।
ଶୁଣିଣ ସୁନ୍ଦେରୀ ଯେ ଦିବ୍ୟ ବେଶ ହୋଇ
ଅଲେଖ ତିଲେଖ ଯେ ହୋଇଲେ ଚାନ୍ଦମୁହିଁ ।
ମୁକୁତା ସିଉସ୍ଥାନ ସେ ଉପରେ ପକାଇ
ଖୋଷା ଖୋଷିଲେ ସେ ଅନେଇ ଫୁଲ ଲାଇ ।
କେରି କେରି କରି ମଣ୍ଡିଲେ ଅଳକା
କସ୍ତୁରୀ ଚିତା ଘେନିଲେ ସୁନ୍ଦେରୀ ନାୟିକା । । 9४୦ ।।
କର୍ଣ୍ଣେଣ କାପ ଯେ ମୁକୁତା ଫେରି କମ
କାହାର କର୍ଣ୍ଣରେ ପଦ୍ମ ତଡ଼କି ଅନୁପାମ ।
ୟେକଗୋଟିଆ ଗଜମୁକୁତା ବେଣ୍ଟୋଲା
କେବଣ ବାମା ଶ୍ରବଣ ଶିଖରେ ଖଞ୍ଜିଲା ।
କାହାର ନାସାରେ ମାଣିକ୍ୟର ବସଣି
କାହାର ନାସାରେ ଲୁଳଇ ନୀଳମଣି |
ପାଞ୍ଚ ଗଜମୋତି କାହାର ନାସାଫୁଲ
ତାମ୍ବୁଳ ରଙ୍ଗେ କାହାର ଅଧର ଅମୂଲ୍ୟ ।
କାହାର ଗଳାରେ ଲମ୍ବାନ୍ତି ଚାପସରି
ମୁକୁତା କଣ୍ଠିମାଳ ହୃଦରେ କେହୁ ଭରି । ।୨୫୦।