ପୃଷ୍ଠା:Prachina Odia Kabita.pdf/୧୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୨୪
ପ୍ରାଚୀନ ଓଡ଼ିଆ କବିତା
 

ଛାମୁରେ ଅଛଇ ଶାଳଗ୍ରାମ ଶିଳା
ଗୋମଳ ପାଉଁଶ ଭୂଷଣ ମୁନିବଳା । ।୨୮୦।
କର୍ଣ୍ଣରେ ଅଛି ବେନି ତମ୍ବାର କୁଣ୍ଡଳ
କଣ୍ଠରେ ରୁଦ୍ରାକ୍ଷ ତୁଳସୀ କାଠମାଳ ।
ପଦ୍ମ ପୁଷ୍ପର ମାଳେକ କଣ୍ଠେ ଲୁଳି
ନବ ଯୁବା ପୁରୁଷ ଅପୂର୍ବ ତପଶାଳୀ ।
ଶୁଦ୍ଧ ସ୍ଫଟୀକ ଯେ ଅଠାଇଶ ଗୋଟି
ଅକ୍ଷୟେ ମାଳା ଘେନି ଜପଇ ତପନିଷ୍ଠି ।
ଅଜପା ସୁମରଇ ଅନାମିକା ପଢ଼ି
ଛତିଶ କୋଟି ଯେ ଜପଇ ଏକ ଘଡ଼ି ।
ଶିରରେ ସୁନ୍ଦର ଦିଶଇ ଚାରୁ ଜଟ
ସିଂଘ ଦୁଇଗୋଟି କି ଦିଶଇ ମୁକୁଟ । ।୨୯୦।
ତଲୟେ କରିଣ ଯେ ଅଛଇ ମହାମୁନି
ୟସନେକ ସମୟେଣ ମିଳିଲେ କାମେନୀ ।
କାମ ମୋହେନୀ ଯାଇ ଓଳଗଇ ମୁନିପାଦ
ତାହାକଇ ମୁନି କରଇ ଆଶୀର୍ବୀଦ ।
କନ୍ୟାଙ୍କର ରୂପ ମନୋହର ଦେଖି
ଉଠିଲେ ଋଷିପୁତ୍ର ଆସନ ଉପେଖି ।
କୃତାଞ୍ଜଳି ହୋଇ ବୋଲଇ ବିନୋଇ
ଜନ୍ମହୁଁ ଯୁବତୀ ଯେ ଦେଖିଲା ତାର ନାହିଁ ।
ପୁଚ୍ଛଇ ଋଷିଶୃଙ୍ଗ ଯୁବତୀଙ୍କି ଚାହିଁ
ଭୋ ତପୀଜନ ଅଇଲ ତୁମ୍ଭେ କାହିଁ । |୩୦୦|
କେବଣ ଦେଶୀ ତୁମ୍ଭେ କେବଣ ପ୍ରକାର
କେବଣ ଦେବ ବିଦ୍ୟା ଅଭ୍ୟାସ ତୁମ୍ଭର ।
କେବଣ ନଦୀତୀରେ ମଢ଼ିଆ କରିଥିଲ
କେବଣ କାରଣେ ତପୀ ୟେଥକୁ ୟେବେ ଅଇଲ ।
କିସ ନାମ ତୁମ୍ଭର କେବଣ କୁଳେ ଜାତ
ୟେକ ଥାନେ ଥାଅକି ସକଳ ତପୋବନ୍ତ ।