ପୃଷ୍ଠା:Prachina Odia Kabita.pdf/୧୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୭ଶ ଶତାବ୍ଦୀ
୧୨୫
 

କାମ ମୋହେନୀ ବୋଇଲା ଋଷିର କଥାଶୁଣି
ଆମ୍ଭର ଦେଶ ସ୍ୱାମୀ ଅଟଇ ଉଜାଣି ।
ନଖଦନ୍ତ ଆହୁତି ଦେଇ ତ ସର୍ବଜାଣୁ
ମଦନ ଅନଳେ ଯେ ରତିଶାସ୍ତ୍ର ଭଣୁ | ।୩୧୦।
କାମ କୃଡା ରସ ଜାଣୁ ଯେ ଅପାର
ଚୁମ୍ବନ ଚାହାଣି ଯେ ପୀରତି ଆମ୍ଭର ।
ଧନ ଅର୍ଥେ ପରପୁରୁଷଙ୍କୁ ଖଟୁ
ମହା ମହା ତପୀଙ୍କି ହରି ତପ ବାଣ୍ଟୁ ।
ଇଚ୍ଛାସୁଖେ ଆମ୍ଭେ ସର୍ବପୁର ଯାଉ
ଦିବ୍ୟପୁରୁଷେକ ତହିଁ ପୂଜା ପାଉ ।
ପ୍ରୟାଗ ତୀର୍ଥେ ଆମେ ମକର ମାସେ ଝାସିଲୁ
କୁମ୍ଭେ ଶିବରାତ୍ରି ବାଣରାଶିରେ କଲୁ ।
ଚଇତେ ଗଙ୍ଗା ଜଗନ୍ନାଥ ଘାଟେ
ବୈଶାଖେ ଅଇଲୁ ଯେ ହର ତପ ବାଟେ । ।୩୨୦।
ପ୍ରଥମ ଜ୍ୟେଷ୍ଠେ ଭେଟିଲୁ ଆସି ତୋତେ
ଅଯୋଧ୍ୟାକୁ ଯିବାର ଅଛଇ ଦିନା କେତେ ।
ଶୁଣି ଋଷିଶୃଙ୍ଗ ହରଷ ହୋଇଲା
ପାଦ ପଖାଳ ବୋଲି କମଣ୍ଡଳୁ ଦେଲା ।
ଶାର୍ଦ୍ଦୂଳ ଛାଲ ମୁନି ଦେଲା ଯେ ବସିତ
ଗୋମଳ ପାଉଁଶ ଗାତ୍ରେ ଭୂଷିତ ।
ହରିଡ଼ା ବାହାଡ଼ା ଅୟେଳା ଫଳ ଦେଲା
କନ୍ଦମୂଳ କିଛୁ ଉପଗତ କଲା ।
ହସିଣ ଚତୁରୀ ଯେ ବୋଲନ୍ତି ନାକ ମଳି
କିସ କିସ ପଦାର୍ଥ ଦେଲ ତପଶାଳୀ । ।୩୩୦।
ମୁନି ବୋଇଲେ ୟେ ଅଟଇ କନ୍ଦଫଳ
ପାଦ ପଖାଳିତ ଦେଇଅଛୁ ଜଳ ।
ତୁମ୍ଭେ ଯେ ଅତିଥି ଅଇଲ ଆମ୍ଭ ଘର
ତପସ୍ଥାନେ ଯାଇ ଯେ ଅଛି ଆମ୍ଭ ପିଅର ।