ପୃଷ୍ଠା:Prachina Odia Kabita.pdf/୧୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୭ଶ ଶତାବ୍ଦୀ
୧୨୭
 

ରତ୍ନ କମ୍ବଳେକ ପାଡ଼ିଣ ତହିଁ ଦେଲା
ୟେ ସେ ପଶୁ ଚର୍ମ ବୋଲିଣ ବୋଇଲା ।
କର୍ପୂର ଗୁଣ୍ଡି ଅଙ୍ଗେ ଘଷାଇଲା ନେଇ
ୟେ ସେ ବିଭୂତି ମୁନି ଆମ୍ଭର ଦେଶେ ପାଇ ।
କର୍ଣ୍ଣରେ ଖଞ୍ଜିଲେ ହାଦେ ମକର କୁଣ୍ଡଳ
ଗଳାରେ ଲମ୍ବାଇଲେ ମୁକୁତାର ମାଳ ।
ବାହାରେ ତାଡ଼ ଯେ ବିଚିତ୍ର ବାହୁଟି
ପୟରେ ନୂପୁର ଯେ ଖଞ୍ଜିଲେ ପ୍ରପଟି । ।୩୭୦।
ଦୁଧ ଶାକର ବିବିଧ ପରକାର
ଆମ୍ବ ପନସ ସେ କଦଳୀ ଦିବ୍ୟ ସାର ।
ୟେ ସେ ବନଫଳ ବୋଲିଣ ଭୁଞ୍ଜାଇଲେ
ପୁଣିହିଁ ଗଙ୍ଗବାଣ ପାଣି ପିଆଇଲେ ।
ଶାକର ସାଚି ଚିଣି ଆବର ଖଣ୍ଡ ଖଜା
ହରଷେ ଭୁଞ୍ଜାଇ ଏହା ଋଷିର ତନୁଜା ।
ଦୁଧ ଲଡ଼ୁ ଖାଇ ପଚାରଇ ମୁନି
ବାବୁ ତପ ନିଷ୍ଠେ ମହିମା ତୁମ୍ଭ ଧନି ।
ୟେଡ଼େ ସ୍ୱାଦ ଫଳ ତୁମ୍ଭର ବନେ ଥାଇ
ଜାଣିଲି ତୁମ୍ଭର ସେ ତାପ ସିଦ୍ଧ ହୋଇ । ।୩୮୦।
କେବଣ ବନ ତୁମ୍ଭର କେମନ୍ତେ ଦେଖିବା
ୟେ ମୋହର ମନ ତୁମ୍ଭ ସଙ୍ଗେ ଯିବା ।
କାମ ମୋହେନୀ ଯେ ଯତିର ନାମ ଶୁଣି
ହିଆ ଲଗାଇଣ ବସିଲା ତରୁଣୀ ।
ଇକ୍ଷୁ କାନ୍ତାରି ଯେ ଛଡ଼ାଇଣ ଥିଲା
ପାଚିଲା ଡାଳିମ୍ଭ ମଞ୍ଜି ପୁଣି ଖୁଆଇଲା ।
ଗଙ୍ଗବାଣ ପଇଡ ଯେ ପିଆଇଲେ ନେଇ
କେତେବେଳେହେଁ ସରର ପାପୁଡ଼ି ଖୁଆଇ ।
ଦୁଧ ବହଳ ଯେ ରସକୋରା ନାଳି
ପୁଣି ନେଇ ଦେଲା ଅମୃତବାନି କବଳୀ । ।୩୯୦।