ପୃଷ୍ଠା:Prachina Odia Kabita.pdf/୧୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୬ଶ ଶତାବ୍ଦୀ
୧୨୯
 

ଦେଖିଲାକ ମୁଖ କସ୍ତୁରୀ ଚାରୁ ଚିତା
କର୍ଣ୍ଣର କୁଣ୍ଡଳ ଯେ ସୁନ୍ଦର ଭ୍ରୂଲତା ।
କଣ୍ଠେଣ ହାର ଯେ ଶିରରେ ଫୁଲଗଭା
ମଦନ ପ୍ରତିମା ଠାଣି ଦିଶଇ ମୁନିଶୋଭା ।
ଆପଣାର ମୁଖ ଦେଖି ମୁନି ମୋହମାନ
କାମମୋହେନୀକି ବୋଲଇ ବଚନ |
ୟେଡ଼େ ଅପୂର୍ବତ ଦେଖିଲା ମୋର ନାହିଁ
ଆପଣା ଶରୀର ରୂପ ସମସ୍ତ ଦିଶଇ ।
ସାଧୁ ସାଧୁ ତୁମ୍ଭେ ସାଧୁ ତୁମ୍ଭର ପୁଣ୍ୟ
ଯୁବତୀଙ୍କ ମୁଖ ଚାହିଁ ବୋଲନ୍ତି ମହାମୁନ୍ୟ ।
ହସି କାମମୋହେନୀ ମୁନିଙ୍କି କୋଳକଲା
ଯଉବନ ଲଗାଇ ମୁଖେ ଚମ୍ବନ ଦେଲା । ।୪୩୦।
ବୋଇଲା ଏ ଆମ୍ଭର ତପର ଶକତି
ତପର ବଳେ ଏଥେ ଦିଶଇ ନିଜ ମୂର୍ତ୍ତି ।
ଜଙ୍ଘେ ଲଖ ଦେଇ ଚଳାଇଲା ଲଖ
ପୁଣି ହିଁ ଲେଉଟି ଚାହାଇଂ ଋଷିମୁଖ ।
ହିଆ ଆଉଜାଇ କୁଚଠାବ କଲା
ହସ ହସ ହୋଇଣ ମୁନି ପଚାରିଲା |
ୟେ ଅପୂର୍ବତ ମୋର ତହିଁ ନାହିଁ
ୟେଡ଼େ ଭଲ ପଦାର୍ଥ ପାଇଲ ତୁମ୍ଭେ କାହିଁ ।
କାମମୋହେନୀ ଯେ ବୋଲଇ ଶୁଣ ଋଷି
ୟେଥିର ଭିତରେ ହାଦେ ଅମୃତ ପୂରିଅଛି । ।୪୪୦।
ୟେଣେ ସେ ଆମ୍ଭରି ଅଗ୍ରହଣ ହୋଇ ଦେହ
ଯଜ୍ଞର ଫଳ ଆମ୍ଭର ଅଟଇ ସର୍ବଂସହ |
ନୀଳମୁଖ ବିଷ୍ଣୁ ଏଥେ ଭାବେଣ ବିଜେ କଲା
ଦାସବତ୍ସଳ ନାମ ୟେଣେ ସେ ବହିଲା ।
ଅବର୍ଣ୍ଣ ଅରୂପ ୟେ ପୟ ପାଣି ନାହିଁ
ଅଛି ପୟ ପାଣି ତ କ୍ଷମ କାହାର କାହିଁ ।