ପୃଷ୍ଠା:Prachina Odia Kabita.pdf/୧୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୩୦
ପ୍ରାଚୀନ ଓଡ଼ିଆ କବିତା
 

କର ଆଶ୍ୱାସ ପ୍ରସନ୍ନ ତୋତେ ହୋନ୍ତୁ
ମନେ ଯାହା ବାଞ୍ଛିବୁ ସେ ବର ତୋତେ ଦିଅନ୍ତୁ ।
ହିଆରେ ଆଉଜାଇ ଆଣିଲା କୋଳକରି
ହରଷେ ଅଧର ଯେ ଚୁମ୍ବିଲାକ ଧରି | ।୪୫୦।
ଶରୀର ଆଉଁଷି ଯେ ଚାହିଁଲା ପ୍ରେମରସେ
ମୁନି ମନ ହରଷିଲା ଏକଇ ନିମିଷେ |
ବିବିଧ ସ୍ୱାଦଫଳ ଯେ ଭୋଗକଲା ଋଷି
ଚନ୍ଦନ କର୍ପୂର ଯେ ଗନ୍ଧ ଅଙ୍ଗେ ଘଷି ।
ତାମ୍ବୁଳ ଭୁଞ୍ଜିଣ ରତ୍ନ ଆଭରଣ କରି
ନୃତ୍ୟ ରଙ୍ଗରସେ ଭେଭଳ ତପଚାରୀ ।
କାମମୋହେନୀକି ବୋଇଲାକ ହସି
ତୁମ୍ଭର ଆଶ୍ରମେ ଆସିବୁ ଆମ୍ଭେ ପଶି ।
ଚାଲ ଯିବା ଆମ୍ଭେ ଦେଖିବା ମନ୍ଦିର
ୟେତେକ ବୋଲିଣ ଯେ ଉଠିଲେ ମୁନିବର । ।୪୬୦।
ନୃତ୍ୟଗୀତ ରୁହାଇ ବୋଲଇ କାମମୋହେନୀ
ଆଜ ନ ଯିବା ତୁମ୍ଭେ ଶୁଣ ତପୋଧନୀ ।
ୟେବେ ଆମ୍ଭେ ଯିବୁ ଦେବତା ପୂଜା କରି
ଆହାର୍ଣ୍ଣକ ବେଳ ଯେ ହୋଇଲା ତପଚାରୀ ।
କାଲି ଆସି ତୋହୋର ଗଲେ ଘେନିଯିବୁ
ୟେ କଥା ସତ୍ୟ ସତ୍ୟ ଅବଶ୍ୟ କରିବୁ ।
ମୁନି ନ ମୃଚ୍ଛଇ ଛାଡ଼ି ତ ଇଚ୍ଛା ନାହିଁ
ତୁମ୍ଭେ ତପୀ ଜନ ନ ଆସ ଆଜ ଯାଇ ।
ଆସିବା ବୋଲି ଯୁବତୀ ସତ୍ୟ କଲେ
ପିତା ତୁମ୍ଭର ଦୁଷ୍ଟ ବୋଲିଣ ତିଆରିଲେ । ।୪୭୦।
ୟେ ସେ ଆଭରଣ ପିନ୍ଧିବାର ବକଳ
ଲୁଚାଇ ଥୋଇଥାଅ ବିଭାଣ୍ଡେକର ବାଳ ।
ୟେ ଗୁଣ୍ଡି ଛଡ଼ାଇଣ ଘେନସି ବିଭୂତି
ପିତା ଆଗେ ନ କହିବୁ ୟେସନକ ରୀତି ।