ପୃଷ୍ଠା:Prachina Odia Kabita.pdf/୧୪୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୩୨
ପ୍ରାଚୀନ ଓଡ଼ିଆ କବିତା
 

ପୁତ୍ରକୁ ପଚାରିଲା କୋଳରେ ବସାଇ
ଶରୀର ଆଉଁଷିଣ ମୁଖେ ଚୁମ୍ଭ ଦେଇ
କିରେ ବାବୁ କିସ ପ୍ରକଟଇ ଗନ୍ଧ
ତପୀଙ୍କି ନ ଯୋଗାଇ ଅଟଇ ଏ ମନ୍ଦ ।
କିପାଁଇ ଏଥି ସେ ହୋଇଲେ ପରବେଶ
କହିବା ମୋତେ ୟେଥିର ସନ୍ଦେଶ ।
ଋଷିଶୃଙ୍ଗ ବୋଇଲେ ଶୁଣ ତୁ ପିତାମହ
ଆଜ ସେ ସଫଳ ହୋଇଲା ମୋ ଦେହ । ।୫୧୦।
ଅପୂର୍ବ ତପୀ ଦେଖିଲି ଆଜ ମୁହିଁ ତାତ
ରୂପେଣ ମୋହି ସେ ପାରନ୍ତି ଜଗତ ।
ୟେ ଆମର ଜଟା ପିଙ୍ଗଳ ବର୍ଣ୍ଣ କେଶ
ତାଙ୍କର ଶିରରୁହ ଭ୍ରମର ସାଦୃଶ ।
ରୁଦ୍ରାକ୍ଷ କାଠମାଳ ଆଭରଣ ନାହିଁ
ଅପୂର୍ବ ଅଳଙ୍କାର ଅଛନ୍ତି ସେ ଲାଇ ।
ଅୟେଂଳା ହରିଡ଼ା ସେ ଦେଖିଣ ହସିଲେ
ସ୍ୱାଦ ପଦାର୍ଥ ସେ ଫଳ ବୋଲିଣ ଆଣିଦେଲେ ।
ତାହାଙ୍କର ପର୍ବତୁ ଯେବଣ ଝର ପାଣି
ତାହା ଖାଇଲେ ପିତା ତପେ ପରାପତି ଜାଣି । ।୫୨୦।
ତରୁ ବକଳ ତାତ ଅପୂର୍ବ କମ ଅଛି
ଆମ୍ଭର ବକଳ ତାତ ପକାଇଲେ ଲେଛି ।
ଆମ୍ଭର ପରାୟେ ବେଦ କରାଣ୍ତି ନ ବହନ୍ତି
ତାହାଙ୍କର ଦେବତାକୁ ହୃଦରେ ବହିଥାନ୍ତି ।
ମୁଖବାସ ହିତେଣ ଯେବଣ ପତ୍ର ଦେଲେ
ଆପଣେ ଦିଶଇ ତ ପଦାର୍ଥ ଦେଖାଇଲେ ।
ଭୋ ତାତ ଧନ୍ୟ ଧନ୍ୟ ତପ ତାହାଙ୍କର
ଛଦ୍ରମ ତପ ତ ଦେଖିଲି ତୁମ୍ଭର ।
ଅଙ୍ଗନ୍ୟାସ କରନ୍ତି ଥାନ ମାନ ଛୁଇଂ
ତୋହୋର ଶପତ ତାତ ଅଗ୍ୟାନ ହୋଇଲଇଂ । । ୫୩୦ ।