ପୃଷ୍ଠା:Prachina Odia Kabita.pdf/୧୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୩୬
ପ୍ରାଚୀନ ଓଡ଼ିଆ କବିତା
 

ୟେ ତୋହୋର ପବିତ୍ର ଚରଣଯୁଗଳ
ୟେଣେ ସେ ମଢ଼ିଆ ଆମ୍ଭର ହୋଇବ ସୁଫଳ ।
ବିଚାରେ ଯୋଗାଇଲେ ଦେଖିବା ଦେବ ପଶି
ଚାଲଯିବା ବୋଲି ବୋଇଲେ ମହାଋଷି ।
ତପୀର ବାମ କର ଧରିଣ ଜରତା
ନିଜ କୁଚକୁମ୍ଭେ ଦେଲାକ ବନିତା ।।୬୨୦।
କାମମୋହେନୀ ଯେ ବିଞ୍ଚଇ ଆଲଟ
ଯତିର ପିଠିରେ ଲଗାଇଲେ ସ୍ତନଘଟ ।
ସ୍ୱାଦ ଫଳମାନ ଅଛନ୍ତି ଫଳ ତରୁ
କେ ଫୁଲ ଫୁଟନ୍ତି କେ ଅଛନ୍ତି କଢ଼ି ଧରୁ ।
ପର୍ଣ୍ଣକୁଟୀ ଭିତରେ ଯାଇଣ ସମ୍ଭାଇଲେ
ରତ୍ନ ପଲଙ୍କ ଉପରେ ମୁନିଙ୍କି ବସାଇଲେ ।
ନେତର ସୁପାତି ଉପରେ ଝୀନ ବାସ
ଜରତାକଇ ଘେନି ବସିଲେ ମୁନି ଶିଷ୍ୟ ।
ପାଦ ପଖାଳିଣ ଅଞ୍ଚଳେ ପୋଛିଲେ
କର୍ପୂର କସ୍ତୁରୀ ମିଶାଇ ଘଷିଲେ ।।୬୩୦।
ସ୍ୱାଦ ଦ୍ରବ୍ୟମାନ ଭୁଞ୍ଜିତ ଦେଲେ ଆଣି
ଆଚୋବନ କରାଇଲେ ଅଗ୍ରବାସ ପାଣି ।
କର୍ପୂର ତାମ୍ବୋଳ ଦେଇଣ ତୋଷ କଲେ
ରତ୍ନ ଅଳଙ୍କାର ଶରୀର ଲାଇଲେ ।
କାମମୋହେନୀକି ଜରତା ଦେଲା ଠାରି
ଆଡ଼ ହୋଇଲେ ସେ ନିଶ୍ଚଳ ଟେରାପାଢ଼ୀ ।
ଚାପେଣୀ କାଟି ତକ୍ଷଣେ ନାବ ମେଲି
କୂଳେ ଥିଲା ଲୋକେ ବେଗେ ଦେଲେ ପେଲି ।
ଧାତିକାରେ କଇବ୍ରତ ବାହିଦେଲା ନାବ
କେହି ନ ଜାଣଇ ଚଳିବାର ଠାବ ।|୬୪୦|
ଜରତା କନ୍ୟା କୋଳେ ଅଛଇ ମୁନି ବସି
ସୁନ୍ଦେରୀ ମୁନିଙ୍କି କଥା କହଇ ହସି ।