ପୃଷ୍ଠା:Prachina Odia Kabita.pdf/୧୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୬ଶ ଶତାବ୍ଦୀ
୧୪୧
 

କାହିଂ ମଶହେରୀ କାହିଂ ରଙ୍ଗ ଟେରା
କାହିଂ ଚାନ୍ଦୁଆ କାହିଂ ଜଗତୀ ପହରା ।
କାହିଂ ଶେତଚାମର ଦର୍ପଣ ପନ୍ତି ପନ୍ତି
କେବଣ ଘରଗୋଟା କୁଙ୍କୁମେ ମଣ୍ଡିଛନ୍ତି ।।୩୦।
କାହିଂ ସୁବର୍ଣ୍ଣର ପଗଡ଼ କାଠିମାନ
କେବଣ ହିଂ ପୁର କସ୍ତୁରୀ ଲେଖନ ।
କାହିଂ ଅଗ୍ରଧୂପ ଧୁଆଂ ହୋଇଂଅଛି
କେବଣ ହିଂ ପୁର ଅଷ୍ଟରତ୍ନେ ଜଡ଼ିଅଛି ।
ଦୀପ ଦିହୁଡ଼ି ଯେ ନିରନ୍ତରେ ଜାଳି
ଠାବେ ଠାବେ ଠଣା ଜଗିଛନ୍ତି ବାଳୀ ।
ଦେଖି ହନୁମନ୍ତ ଯେ ପରମ ତୋଷ ହୋଇଂ
ଧନି ଧନି ରାବଣ ତୁ ବୋଲିଣ ବୋଲଇ ।
X X X X
ତୋଟାର ମଧ୍ୟେଣ ଅଛଇ ଦିବ୍ୟପୁର
ତିନି ଯୋଜନ ଦୀର୍ଘ ଦୁଇ କୋଶ ଓସାର ।।୪୦।
ମାଣିକର ପାବଛ ନିଳାର ଖମ୍ଭମାନ
ମର୍କତର ପୀଢ଼ ପୋଏଳା ବିତପନ ।
ପୁଷ୍ପରାଗ ସେଣି କୃବିନ୍ଦର ଉରା
ଗୁଞ୍ଜ ଚିତିପାଟି ବ୍ରହ୍ମଭାତି ହୀରା ।
ନିଳାର ତ୍ରୋଣ ଯେ ଗଣ୍ଠି ଅନାବତା
ଗଣ୍ଠିକରି ବାନ୍ଧିଅଛଇ ପାଟସୁତା ।
ସୁବର୍ଣ୍ଣର ଝିଙ୍କର ମୁକୁତାର ଚୂନ
ବାରଗୋଟି କଳସ ଅନୁଆନ ବର୍ଣ୍ଣ ।
ନେତର ଚିରାଳ କାହିଂ ପାଟର ପାତାଗଂ
ରଙ୍ଗ ଝୀନ ପତନି ଉଡ଼ନ୍ତି ୟେକ ଲାଗ ।।୫୦।
ଚନ୍ଦକିରଣ ଜାଣି ଚାନ୍ଦୁଆ ବିଭାଜି
ନବରତ୍ନେ ଖଯିଂ ଅଛି ତାହା ସାଜି ।