ପୃଷ୍ଠା:Prachina Odia Kabita.pdf/୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗଗନ ଅଭ୍ୟନ୍ତର ଫୁଟଇ ନିରନ୍ତର
ମନ ପବନ ଥିର ରହିଆ
ହେତୁ ଅଗୋଚର ମନ ବିବର୍ଜିତ
ସେ ତତୁ ସଦଗୁରି କହିଆ । ୨୦ ।

ଯେହ୍ନେ ବକା ନ ହଲଇ ନୀର
ତେହ୍ନେକ ମନ ପବନ କରି ଥିର
ବଗେ ମଛେ ନୀରେ ସମକରି ଜାଣ
ତେ ସେ ପିଣ୍ଡକୁ ପରଚେ ପ୍ରାଣ । ୨୧ ।

କେବଣ ଚକ୍ରେ ରହଇ ସମୀର
କେବଣ ଚକ୍ରେ ମନ ହୋଇ ଥିର
କେବଣ ଚକ୍ରେ ଲାଗଇ ସୁସ୍ୱାଦି
କେବଣ ଚକ୍ରେ ଲାଗଇ ସମାଦି । ୨୨ ।

ହୃଦୟ ଚକ୍ରେ ମନ ହୋଇ ଥିର
ନାଭି ଚକ୍ରେ ରହଇ ସମୀର
କଣ୍ଠ ଚକ୍ରେ ଲାଗଇ ସ୍ୱାଦି
ଗଗନ ଚକ୍ରେ ଲାଗଇ ସମାଦି । ୨୩ ।

ନାଚ ଝମକନ୍ତି ତହିଂର ତଳେ ପିଅଂଳା
ଯୋଗ ନୋହଇ ଦୀର୍ଘ ଜାଳା
ରେଖ ନାହିଂ ରୂପ ନାହିଂ ଗଣ୍ଠି ନାହିଂ ଛାୟା
ଜଗତେ ବ୍ୟାପିତ ୟେକଇ କାୟା ।
ତୁଳାହୁଂ ଉଶ୍ୱାସ ତିଭୁବନୁ ଗରୁଆ
ବାଳ ରେହ ପ୍ରମାଣେ ଅତି ବଡ଼ ସରୁଆ
ଲବଣୀ ହୁଂ କୋମଳ ସୂଚୀ ନାହିଂ ଫୁଟେ
ଅହନିଶି ବରଷନ୍ତି କିଛି ନାହିଂ ତୁଟେ । ୨୪ ।