ପୃଷ୍ଠା:Prachina Odia Kabita.pdf/୧୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୬ଶ ଶତାବ୍ଦୀ
୧୪୩
 

କେହୁ ମଢ଼ିଆଳ ଗନ୍ତା ଭାଙ୍ଗି ଥୋଇଂ
କେହୁ ଆଜ୍ଞା ଶୁଣି ତ ଆଗେଣ ଉଭା ହୋଇ ।
କେହୁ ଦର୍ପଣ କେହୁ କୁସୁମ ଗୁନ୍ଥନ୍ତି
ଏସନେକେ ନାରୀୟେ ସେବା କରିଛନ୍ତି ।
କେ ଯନ୍ତ୍ର ବଯାଇଂ ଗାବନ୍ତି ସୁସରେ
କେହୁ ବସି ତାଳ ବଜାନ୍ତି ଧୀରେ ଧୀରେ ।
କେହୁ ଆଳପ କରିଣ ତାଳ ବାଇ
କେହୁ ଗୁଣ୍ଡକେରୀ ରାଗେଣ ଗୀତ ଗାଇ ।
କେହୁ ସାରୀଶୁଆ ପଢ଼ନ୍ତି ପାଠମାନ
କେବଣ ନାରୀ ନିଦେ ଅଚେବନ । ।୯୦।
କେହୁ ଟେରା ଶାଢ଼ୀ ଶୋଇଛନ୍ତି ମାଡ଼ି
କେହୁ ପାନପିଅ ପକାଉଛନ୍ତ କାଢ଼ି ।
କେ ପାଦ ମଚାଂଳି ଫୁଟାନ୍ତି ଅଙ୍ଗୁଷ୍ଠି
କେ ପଛ ଘୁଞ୍ଚି ଆସଇ ନ ଦେଖାଇ ପିଠି ।
ହନୁମନ୍ତ ପ୍ରବେଶ ହୋଇଲା ତହିଂ ଯାଇ
ଭିତରକୁ ପଶିଲା ଖୁପରୂପ ହୋଇ |
X X X X
ୟେବେ ଯେ ୟେହିକ୍ଷଣି ପୋଡ଼ିବୁ ଲଙ୍କପୁର
ଏହା ନ ଜାଣିଲୁ ବିଶର୍ବା କୁମର ।
ଏତେ ବୋଲି ବୀର ବିକର୍ମୀ ଡେଇଂଗଲା ।
ଜଗତି ପିଢ଼ା ଉପରେ ଯାଇଣ ବସିଲା | ।୧୦୦।
ଲାଞ୍ଜ ଅଗ୍ନି ଲାଗିଲା ପୋଡ଼ିଲାକ ଚାଳ
ଦଇତ ଦୁରତ୍ମା ଚାହାନ୍ତି ଜଳଜଳ ।
ଜଗତୀରୁ ହନୁମନ୍ତ ମେଢ଼କୁ ଡେଇଁଗଲା ।
କାଚ ଢାଳ ପୁରେ ଅଗ୍ନି ଲଗାଇଲା ।
ରାବଣ ଶୟନମନ୍ଦିରେ ଯାଇ ବସି
ତ‌ହିଂ ହୁତାଶନ ପ୍ରଜ୍ୱଳିତ ଦିଶି ।
ନାଟପା ମନ୍ଦିରେ ବସିଲା ପୁଣ ଯାଇ
ତହୁଂ ଉଠିଲା ନିଆଁ ବିକରାଳ ହୋଇ ।