ପୃଷ୍ଠା:Prachina Odia Kabita.pdf/୧୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୬ଶ ଶତାବ୍ଦୀ
୧୪୫
 

ନଗ୍ର ନରନାରୀ ବିକଳେ ବୋବି ଦିଅନ୍ତି
କେହୁ ଆଏ ଦାଏ ଘେନିଣ ପଳାବନ୍ତି ।
କେ କାଖେ ପୁଅକୁ ହାଥେ ଲୁଗା ଅଛି ଧରି
ପୋଖରୀ ଭିତରକୁ ପଳାଇ ଖରକରି । ।୧୪୦।
କେ ବୋଲଇ ବାବୁ କେ ବୋଲଇ ଡକା
କେ ବୋଲଇ ଆହେ ପୋଡ଼ୁ ବିତ ପକା ।
କେ ବୋଲଇ ଦାଦି କେ ବୋଲଇ ନନା
କେ ବୋଲଇ ମୋତେ ଧରି ନେଉ କିନା ।
କେ ବୋଲଇ ପଳାଅ କେ ବୋଲଇ ଆସ
କେବଣ ବାପୁଡ଼ା ଚାହଇ° ଦଶ ଦିଶ ।
କେ ଆସି ନ ପାରି ଘରେ ପଶି ମଲା
କାହାର ତାଟକା ହୋଇଣ ପ୍ରାଣ ଗଲା ।
କେହୁ ବୁଡ଼ି କେହୁ ପୋଡ଼ି ପ୍ରାଣ ହାରି
କେ ବାଟ ନ ପାଇ କନ୍ଦିରେ ପଶି ମରି | ।୧୫୦।
କେ କୂଅ ଭିତରେ ପଶିଲାକ ଡେଇଂ
ତହିଂ ମଲା ସେ ଅଗ୍ନିତାପ ପାଇ ।
କେହୁ ପାଣି ଘେନି ଛଡ଼ାବନ୍ତି ଘର
କେ ବୋଲଇ ଆଗୋ ବେଗେ ମୋତେ ଧର ।
କେ ବୋଲଇ ରାବଣ ଏହା ଅରଜିଲା |
ସୀତାକୁ ଚୋରି କରି ଆଣି ବିଭୂତି ନାଶ କଲା |
କେ ବୋଲଇ ବାବୁ ପୁଅ ମୋର କାହିଂ
କେ ବୋଲଇ କେଣେ ଗଲା ମୋ ଗୋସାଇଂ |
କେ ବୋଲଇ ମୋହୋର ଜନନୀ ନଇଲା
କେ ବୋଲଇ ମୋହୋର ଭାଇ କେଣେ ଗଲା | ୧୬୦।
କେ ବୋଲଇ ଆଉ ଜିଇ° ଅଛି କାହିଂ
କେ ବୋଲଇ କେଣେ ଯିବା ହୋ ପଳାଇ ।
କେ ବୋଲଇ ଲଙ୍କା ବେଢ଼ିଛି ହୁତାଶନ
କେ ବାହାର ହୋଇ ଯିବାକୁ ନୋହଇ ଭାର୍ଜନ ।