ପୃଷ୍ଠା:Prachina Odia Kabita.pdf/୧୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୬ଶ ଶତାବ୍ଦୀ
୧୪୭
 

ତାତ ସହି ନ ପାରି କେ ପଳାଇ ଆସନ୍ତି
ଭୂମିରେ ପଡ଼ି କେ କଚାଡ଼ି ହୋଅନ୍ତି ।
କାହାର ପଣନ୍ତରେ ଲାଗିଲାକ ଯୋଈ
ମଲି ମଲି ବୋଲି କେ ବିକଳ ହୋଅଇ ।
କେବଣ ବାପୁଡ଼ାର ପୋଡ଼ିଲାକ ପିଠି
ପୋଖରୀ ଭିତରକୁ ପଳାନ୍ତି ପଡ଼ି ଉଠି |
କଅଁଳା ପୁଅ କେ ଆଣି ନ ପାରିଲେ
ସେନେହ ଭାବ ଘେନି ମାୟେ ପୋୟେ ମଲେ । ।୨୦୦।
କେ ବୋଲଇ ମୋହର ଜିଇଂଥିଲେ ସବୁ
କେ ବୋଲଇ ମୋତେ ସମ୍ଭାଳି ନିଅ ବାବୁ ।
କେ ବୋଲଇ ଆଗେ ଲାଗିଲାଣି ଅନଳ
କେଣେ ଯିବା ବୋଲି ହୁଅନ୍ତି ଚହଳ ।
ଅନେକ ଯୁବତୀ ପୁରୁଷ ହିଂ ମଲେ
ଗୋରୁ ବ୍ରାହ୍ମଣ ବହୁତ ନାଶ ଗଲେ ।
ଦେବତାଙ୍କର ଆଳ ହୋଇଲା ଭସ୍ମରାଶି
ଥେଣ୍ଟ ଗଣ୍ଠି ଆୟେ ଜୁର କଲେ ପଶି ।
ନ ପୋଡ଼ିଲାର ଘରମାନ ଭାଙ୍ଗିଣ ପକାନ୍ତି
ଯିସ ଦ୍ରବ୍ୟ ଥାଇ ଘେନିଣ ପଳାବନ୍ତି । ।୨୧୦।
ଯାହାର ଯାହାକୁ ଅହନ୍ତା ଭାବ ଥିଲା
ବେଳକାଳ ଜାଣି ମନ୍ଦ ହି° ଚିନ୍ତିଲା ।
ସୁବର୍ଣ୍ଣର କାନ୍ଥେ ନବରତ୍ନ କମ
ସୁବାସ କରିଅଛି କସ୍ତୁରୀ ଚତୃସମ ।
ସେ ଘରମାନ ଯେ ହୁଅନ୍ତି ସର୍ବ ଦହି
ଗିରସ୍ତଙ୍କ ବିକଳ କାହାର ବଳେ କହି ।
ପସରାଇଣ ମାନେ ପଶରା ଦେଇଂଥିଲେ
ଘର ପୋଡ଼ି ଦେଖି ଆରତେ ପଳାଇଲେ ।
ତାହାଙ୍କର ଯାନ୍ତେ ନାଗିଲାଣି ବାସ
ଦୁଇ କତି କି ସେ ହୋଇଲେ ନିରାଶ । ।୨୨୦।