ପୃଷ୍ଠା:Prachina Odia Kabita.pdf/୧୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୬ଶ ଶତାବ୍ଦୀ


ଶ୍ରୀକୃଷ୍ଣ ଜନ୍ମ

ଅଚ୍ୟୁତାନନ୍ଦ ଦାସ

ନିରନ୍ତରେ ରତ୍ନମେଘ ଆଚ୍ଛାଦିଲେ ଆଣି
ଟିପି ଟିପି ପୁଷ୍ପେକ ବରଷୁ ଅଛି ପାଣି ।
ବନ୍ଦିଘରଠାରୁ ଯେ ନନ୍ଦର ଘର ଯାଏ
ଆକାଶେ ଅନେକ ଛାମୋଡ଼ିଆ ବିଶ୍ୱକର୍ମା ନିର୍ବାଣ କଏ ।
ସଠା ଶବଦ ନାହିଂ ଯେ ପୃଥିକ ହୋଇଛି ଥିର
ମଳୟ ବସନ୍ତ ଯେ ବହୁଛି ଧିର ଧିର |
ନିବିଡ଼ ଅନ୍ଧାର ଯେ ନ ଦିଶେ ଆଉ କିଛି
ବିଜୁଳି ମାତ୍ର ଏକା ବାଟ କଢ଼ାଉ ଅଛି ।
ଦେବକୀ ବସୁଦେବ ଯେ ଉଗ୍ରସେନ ତିନି
ଆବର ଚେତନା ଅଛି ଗାଗ୍ରବ ମହାମୁନି । ୧०।
ମଥୁରାପୁରଠାରୁ ଗୋପ ନଗ୍ର ଯାଏ
ଆକାଶେ ଛାମୁଣ୍ଡିଆ ବିଶ୍ୱକର୍ମା କଏ ।
ବଦୟନ୍ତି ଶୁକମୁନି ଶୁଣ ପରିକ୍ଷ ନୃପମଣି
ଇତି ଶ୍ରୀ ଭାଗବତ ଯେ ଶ୍ରୀକୃଷ୍ଣ ରସବାଣୀ ।
ପଥର ଯନ୍ତ୍ର କବାଟ ବଜ୍ର କିଳିଣ ଥିଲା
ଅଦଭୂତେଣ ସେହୁ ଯେ ଭାଜିଣ ପଡ଼ିଲା ।
ବିଶ୍ୱାକର୍ମା ମାୟାରେ ସେ ଫିଟିଲା କପାଟ
ବିଜୁଳିର ତ୍ରାସେଣ ଯେ ଦିଶଇ ଦିବ୍ୟବାଟ ।
ଲୋହଦଣ୍ଡ ସାଙ୍କୋଳିମାନ ଯେ ଖଣ୍ଡ ଖଣ୍ଡ ହୋଇ
ଅଗ୍ନି ଦେଖିଲେ ଯେସନେକେ ଯଉ ପଡ଼ଇ ମିଳାଇ । ୨୦ ।
ବସୁଦେବ ଆତ୍ନାରୁ ଛାଡିଲା ନିଜ ବ୍ୟଥା
ଦେବକୀର ଅଗ୍ରତେ ଯେ କହୁଛି ହିତକଥା ।