ପୃଷ୍ଠା:Prachina Odia Kabita.pdf/୧୫୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫୦
ପ୍ରାଚୀନ ଓଡ଼ିଆ କବିତା
 

କେବଳହିଂ କଥା ଗୋ ବୁଝି ତ ନ ପାରି
ବଡ଼ ହରଷ ମନକୁ ତା ଲାଗୁଛି ମୋହରି ।
ଅଦଭୁତେ ଶାଙ୍କୋଳିମାନ ଗୋଡରୁ ପଡ଼ିଲା ମିଳାଇ
ପରମ ହରଷ ମନ ମୋ ହେଉଛି କମ୍ପାଇଂ ।
ବିଧାତା ନିଶ୍ଚୟେ ମୋତେ କଲା ଅନୁରାଗ
ପାପ କ୍ଷଏ ଗଲା ମୋର ଯେ ଦିଶିଲା ପୁଣ୍ୟଭାଗ ।
ଆବର ବିପରୀତ କଥା ଦେଖସି ଗୋ ନାରି
ଡାକହାକ କରୁଥିଲେ ଯେତେକ ଜଗନ୍ତା ପାହାରି । ୩୦ ।
ଦୀପ ଦିହୁଡ଼ି ହୁଳା ଯେ ଲିଭିଲା ସକଳ
ନିଶ୍ଚିନ୍ତେ ନିଦ୍ରାଗଲେ ପାହାରି ଜଗୁଆଳ ।
ପଞ୍ଚାଶ ସହଶ୍ର ଯୋଦ୍ଧା ଯେ ସମସ୍ତେ ଛନ୍ତି ଶୋଇ
ବଜୁଳୀ ତ୍ରାସେ ଦେଖ ଗୋ ଜଣଙ୍କର ଗ୍ୟାନ ନାହିଂ ।
ଶ୍ରୀଅଙ୍ଗ ପ୍ରହର ବାଜଣା ଗୋ ଯେତେକ ବାଜୁଥିଲା
ଏକାବେଳକେ ଦେଖ ଗୋ ସମସ୍ତ ନିଦ୍ରାଗଲା ।
ଏସନେକ ବିଚାର ଯେ କରନ୍ତେ ପତିପତ୍ନୀ
ପନ୍ଦରଦଣ୍ଡ ଆସି ଯେ ହୋଇଲାକ ରାତି ।
ପବିତ୍ର ପୁଣ୍ୟ ବେଳ ଯେ ଶୁଭମଙ୍ଗଳ ବିଧି
ଦେବତାଙ୍କର କାର୍ଯ୍ୟ ଆସି ହୋଇଲାକ ସିଦ୍ଧି | । ୪୦ ।
ବସୁଦେବର ମୁଖ ଚାହିଂ ଯେ ଦେବକୀ ବୋଇଲା
ଗର୍ଭର ଭାରା ତ ଆସି ଦୃଶ୍ୟ ଯେ ହୋଇଲା ।
ଭୋ ନାଥ ଶରୀର ଅସମ୍ଭାଳ ଯେ ମନକୁ ଛଟପଟ
ପ୍ରସବର ବେଳ ଆସି ଯେ ହୋଇଲା ନିକଟ ।
ଭୋ ପ୍ରାଣନାଥ ଯେ କତିକି ମୋର ଆସ
ଅସମ୍ଭାଳ ହୋଇଲା ଜୀବନ କତିକି ବେଗେ ଆସ ।
ଧାଈ ମୁଦୁସୁଲି ପରିବାରି ଯେତେ ପାଖରେ ମୋର ଥିଲେ
ଏକାବେଳକେ ଦେଖ ଯେ ସକଳେ ନିଦ୍ରାଗଲେ ।
କହୁଂ କହୁଂ ଗର୍ଭ ଯେ ପଡ଼ୁଛି ଲେଉଟି
ବିକ୍ରମ କେଶରୀ ସ୍ୱାମୀ ହେଉଛି ଚହଟି । ।୫୦।