ପୃଷ୍ଠା:Prachina Odia Kabita.pdf/୧୫୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୧୫୧
 

ଶୁଣ ହୋ ପରୀକ୍ଷ ରାଜା କହନ୍ତି ବ୍ୟାସଶିଷ୍ୟ
ଦେବକୀ ଗର୍ଭରେ ଯେ ହୋଇଲା ଅଷ୍ଟମାସ ।
ଧନୁ କୃଷ୍ଣ ତ୍ରୟୋଦଶୀ ଦିନ ଦେବକୀ ଶୁଦ୍ଧସ୍ନାନ କଲା
ସିଂହ ପ୍ରବେଶ ଆସି ଅଷ୍ଟମାସ ସମ୍ପୂର୍ଣ୍ଣ ହୋଇଲା ।
ଭାଦ୍ରବ କୃଷ୍ଣ ଅଷ୍ଟମୀ ବୃହସ୍ପତି ବାର
ରୋହେଣୀ ନାମେ ନକ୍ଷତ୍ର ଯେ ଅଟଇ ସେ ଦିନର ।
ବୃକ୍ଷ ନାମେ ଚନ୍ଦ୍ରକୁ ଯେ ଷାଠୀଏ ଦଣ୍ଡ ଭୋଗ
ଗର ନାମେ କରଣ ଯେ ଶୌଭନ ନାମେ ଯୋଗ ।
ସିଂହ ସଂକରାନ୍ତିକି ଚଉଦ ଦିନ ଭୋଗ ଶେଷେ
ଶ୍ରୀନାରାୟଣ ଜନମ ହୋଇଲେ ସମ୍ପୂର୍ଣ୍ଣ ଅଷ୍ଟମାସେ | | ୬୦।
ଦେବକୀ ଗର୍ଭଭିତରୁ ପଡ଼ିଲେ ଦେବ ଖସି
ପୁଣ୍ୟମୟେ ଆକାଶ ଯେହ୍ନେ ଉଦୟେ ହୋଇଲା ଶଶୀ ।
ଅପୂର୍ବ ନୀଳବଦନ ଯେ ଦିଶିଲାକ ଶୋଭା
ମଧ୍ୟାହ୍ନ ଆଦିତ୍ୟ ଯେହ୍ନେ ଦିଶଇ ଜ୍ୟୋତିପ୍ରଭା ।
ଉଛର୍ଗ ଗର୍ଜନ ଗୋଳ ବିସ୍ତାର ଏକ ଖଣ୍ଡ
ସୁଲଳିତ ଦୀଘ ଯେ ଆକର୍ଷଣ ଭୁଜଦଣ୍ଡ ।
ବିକଚ ଶତଦଳ ବିରାଜଇ ବେନି ନେତ୍ର
ରୁପିଲା ମାରାଗ ପ୍ରାଏ ବିରାଜଇ ନବ ଗାତ୍ର ।
ତିଳ କୁସୁମ ଯେସନେକେ ଶୋଭିତ ନାଶିକା
ମଦନ ଧନୁମତ ଶୋଭିତ ଭୂଲତା ବେନିରେଖା । ।୭୦।
ଡାଳିମ୍ବ କୁସୁମ ଯେସନେକେ ବିରାଜଇ ଅଧର
ଶ୍ରୀମୁଖ ଶୋଭାକର ପୌର୍ଣ୍ଣମୀ ନିଶାକର ।
ଆଲୋଳ ବେନି ଶ୍ରବଣ କମଳଦଳ ଜାଣି
ବଚନ ଭିତରେ ଯେ ଅମୃତ ପୁରାଇ ଅଛି ଆଣି ।
ସମ୍ପୂର୍ଣ୍ଣ ବକ୍ଷସ୍ଥଳ ସଂକୀର୍ଣ୍ଣ ମଝା ସାନ
ଅଙ୍ଗୁଷ୍ଠି ଚମ୍ପାକଢ଼ି ଜାଣି ଅଙ୍ଗୁଳି ଯେସନ ।
ଅଶେଷ କୋଟୀ ଇନ୍ଦ୍ରରୂପକୁ ନିନ୍ଦନ୍ତା ଦେବ ସ୍ୱାମୀ
ଭୂମିରେ ପଡ଼ିଅଛନ୍ତି ଦେବ ଅନ୍ତର୍ଯାମୀ ।