ପୃଷ୍ଠା:Prachina Odia Kabita.pdf/୧୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

{rh|{୧୫୨||ପ୍ରାଚୀନ ଓଡ଼ିଆ କବିତା}}

ପରମ ଦେବସ୍ୱାମୀ ଭଗତି ଭାବେ ଭୋଳା
କର ଚରଣ ହଲାଇ ସ୍ୱାମୀ କରନ୍ତି ଅବନିଳା । ୮୦ |
X X X
ଏଥୁ ଅନନ୍ତରେ ସେ ଦେବକୀ ଦେବୀ ମାତା
ପୁତ୍ର ଜନମ ହୋଇଲା ଯହୁଂ ଫିଟିଲା ମନବ୍ୟଥା ।
ବିଷ୍ଣୁମାୟାରେ ଦେବୀ ଯେ ହୋଇଲାକ ମୋହି
ପୁଣ ଅଚେଷ୍ଟ ନିଦ୍ରାରେ ପଡ଼ିଲାକ ଶୋଇ ।
ସ୍ୱପନ ପ୍ରାୟେ କରି ଯେ କୃଷ୍ଣଙ୍କୁ ଜାତ କଲା
ଘାରିଲା ନିଦ୍ରାବତୀ ପୁଣିହିଂ ନିଦ୍ରା ଗଲା ।
ନେତ୍ରର ପଣନ୍ତ ଗୋଟି ଯେ ଭୂମିରେଣ ପାଡ଼ି
ଦେବେ ମାୟା କଲେ ଯେ ଶୋଇଲା ମୁହଂ ମାଡ଼ି ।
ପଞ୍ଚାଶ ସହଶ୍ର ପାରଧିର କାହାରି ଜ୍ଞାନ ନାହିଂ
ମୃତ୍ୟୁ ଶବ ପ୍ରାୟେ ହୋଇ ଯେ ସମସ୍ତେ ଛନ୍ତି ଶୋଇ | | ୯୦ ।
ଏକା ବସୁଦେବ ଦେହେଂ ଯେ ଚେତନା ମାତ୍ର ଅଛି
ପୁତ୍ର ଗୋଟିକି ଦେଖି ମନେ ସେ କାତର ହେଉଅଛି ।
ଯେତେବେଳେ ଦେବକୀ ଦେବୀ ପୁଣି ନିଦ୍ରାଗଲା
ଆସ୍ୱାସ କରି ବସୁଦେବ ତା ପାଖରେ ବସିଲା |
ବିଷ୍ଣୁର ବାଳନୀଳା ଯେ ଅପୂର୍ବ ରୂପ ଦେଖି
ଆନନ୍ଦେ ଜରଜରିତ ବସୁଦେବର ବେନି ଆଖି ।
ଆପଣା ହୃଦଗତେ ବଚାରଇ ସୁଦେବର ଶିଷ୍ୟ
ଉଭୟ ସଙ୍କଟ ପଡ଼ିଲା କରିବି ୟେବେ କିସ ।
ଗୁଣବନ୍ତ ପୁତ୍ର ଗୋଟି ଯେ ଉପୁଜିଲା କର୍ମବଳେ
ଅପୁତ୍ରିକ ଦୋଷରୁ ପାର ହୋଇବା ଦିଶିଲା ୟେତେବେଳେ । ୧୦୦ ।
ନିର୍ଦୟା ନିରାପକ୍ଷ ଯେ ଅଟଇ କଂସ ରାଏ
ଅବଶ୍ୟ କଚାଡ଼ିବ ଯେ ଅଷ୍ଟମ ପୁତ୍ର ଯାଏ ।
ନାରଦଙ୍କ ବଚନ ମୁଁ ଅଛଇ ସତ୍ୟ କରି
ଜାଣନ୍ତା ହୋଇଲେ ସେ ଅବଶ୍ୟ ନେବଧରି |
ପ୍ରତିଜ୍ଞା ସାମରଥ ଯେ କ°ସ ମହାରଥା
ଦିଗପାଳ ଦେବତାମାନେ ତାକୁ କରନ୍ତି ପାଦପୂଜା ।