ପୃଷ୍ଠା:Prachina Odia Kabita.pdf/୧୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୧୫୩
 

ନିଜ ଭୁଜବଳେ ଯେ ସଂସାର କଲା ସାଧ୍ୟ
କଂସକୁ ସମାନ ନାହିଂ ଯେ ତିନିପୁର ମଧ୍ୟ |
ଏହିପୁତ୍ର ଗୋଟିକି ଯେବେ ସଂହାରି ପାରଇ
ଏତେ ଆକଟ କରି ବନ୍ଦୀରେ ଅଛି ଲାଇ । ।୧୧୦।
ପଞ୍ଚାଶ ସହଶ୍ର ଯୋଦ୍ଧା ଅଛନ୍ତି ବାହାରେ
ତିଳେହେଂ ଛିଦ୍ର ନାହିଁ ପାଳି ପହରା ଯେ ଯାହାରେ ।
ଦୁଃସହ ବରସା କାଳ ତହିଁକି ମେଘ ଅନ୍ଧାର ରାତି
ହାଟଦାଣ୍ତେ ପାଇକମାନେ ସବୁ ଯେ ବୁଲନ୍ତି ।
ମେଘର ଘୋର ଗର୍ଜନ ବକ୍ରଘାତ ଜାଣି
ଟୋପା ଟୋପା କରି ଦେଖ ଯେ ବରସୁ ଅଛି ପାଣି ।
ମେଘ ଅନ୍ଧାର ମହାନିଶା ଘୋଟିଛି ଜଗତେ
ବିଜୁଳି ଝଟକନ୍ତେ କେବଳ ବାଟ ଦଶୁଅଛି ମାତ୍ରେ |
ପୁତ୍ର ଗୋଟି ଜାତ କରି ଦେବକୀ ନିଦ୍ରା ଗଲା
ବିଶ୍ୱାସେ ଅବଳା ସ୍ତିରି ସେ ଉଶ୍ୱାସ ପାଇଲା । ।୧୨୦।
ସଙ୍ଗତେ କେହି ନାହିଂ ହୋଇଲି ମୁହିଂ ଏକା
ଭୋ ଧର୍ମଦେବତା ମୋତେ ହେଉ କିନା ସାଖା ।
ଧାଈ ମୁଦୁସୁଲି ଯେ ପୋଇଲି ପରିବାରି
ନିଚେଷ୍ଟ ହୋଇ ନିଦ୍ରା ଗଲେ ଚେତନା ନାହିଂ କାହାରି ।
ପୁତ୍ର ଗୋଟି ମୋର ଯେ କେମନ୍ତେ ହୋଇବ ରକ୍ଷା
ଭୋ ଦେବୀ ଦୁର୍ଗେ ଗୋ ଦେବା ମୋତେ ଶିକ୍ଷା ।
କଂସ ରାଜାର ଯେ ତେଜ ପରଚଣ୍ଡ
ମାଛି ପଡିଲେ ଯେ ହେଉଛି ଶତେ ଖଣ୍ଡ ।
ଏଡ଼େ ବଡ ସଙ୍କଟରୁ ଅବା କାହିଂଟି ପଳାଇବି
କଂସ ତ ଜାଣିଲେ ତ ସଂମ୍ପୂତ୍ରେ ମରିବି । ।୧୩୦।
ପଞ୍ଚାଶ ସହଶ୍ର ଯୋଦ୍ଧା ଯେ ପାରୁଶେ ଛନ୍ତି ଯଗି
ଯେ ଯାହାରେ ପାଳି ପହରା ଖଞ୍ଜାମୂଳେ ଯାଗି ।
ଏଥୁ ପାରି ହୋଇ ଅବା ଜିବଇଁ କେମନ୍ତେ
ଏବେ ତ ମହାଦୁସ୍ତର ଲାଗୁଅଛି ମୋତେ ।