ପୃଷ୍ଠା:Prachina Odia Kabita.pdf/୧୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫୪
ପ୍ରାଚୀନ ଓଡ଼ିଆ କବିତା
 

ଯଦ୍ୟପି ପୁତ୍ର ଗୋଟି ଏଥୁ ନେବଇଂ ଚୋରାଇ
କେବଣ ଭୁବନେ ଆସିବଇଂ ଲୁଚାଇଂ ।
ପୁଣି ବିଚାରିଲା ମୋର ଗୃହବାସରେ ନାହିଁ କାର୍ଯ୍ୟ
ଏ ପୁତ୍ର ଗୋଟିକି ଘେନି ଦେଶାନ୍ତର କରିବି ଆଜ ।
ଏହାର ପାଇଁ ପଛେ ଜୀବନହିଂ ମୋର ଯାଉ
ଯାବତ କାଳକୁ ପଛେ କଥା ରହିଥାଉ । । ୧୪୦ ।
X X X
ମଙ୍ଗଳା ଅଷ୍ଟକ ଦୁର୍ଗା ବିଣା ଏକ ସୁମରି
ଆପଣା ଇଷ୍ଟ ଦେବତାଙ୍କୁ ଅନ୍ତର୍ଗତେ ସୁମରଣା କରି ।
ତମ୍ବା କପୋରା ଗୋଟିଏ ବସୁଦେବ ଧଇଲା ନିଜ କରେ
ପୁତ୍ର ଗୋଟିକି ନେଇ ପୁରାଇଲା ତହିଂର ଭିତରେ ।
ଝୀନ ପତନି ପାଡ଼ି ଯେ ପୁତ୍ର ଗୋଟିକି ଥୋଇ
ବନ୍ଦୀଘରୁ ବାହାରେ ବସୁଦେବ ଚଉକତିକି ଚାହିଁ ।
X X X
କଂସର ଡରେ ତନୁ ହେଉଛି ଥର ଥର
ଜୀବନକୁ ଆଶା ଛାଡ଼ି ଯେ ହୋଇଲା ବାହାର ।
ଯୁଗତେ ଭାଦ୍ରବ ମାସ ଦୁସହ ବରସା
ମେଘ ଅନ୍ଧାର ତହିଂକି ଘୋଟିଲା ମହାନିଶା । ।୧୫୦।
ପଚାଶ ସହଶ୍ର ପାହାରି ବାହାରେ ଛନ୍ତି ଯଗି
ପୁତ୍ର ଗୋଟିକି ଘେନି ବସୁଦେବ ଚଳଇ ବେଗବେଗୀ ।
ଶୋଇଲା ପାହାରିମାନଙ୍କର ଯେ ପିଠିରେ ଗୋଡ଼ ଦେଇ
ବସୁଦେବକୁ ଅଦୃଶ୍ୟ ଯେ ନ ଦିଶଇ କେହି ।
ଧୀର ଧୀର ହୋଇ ବସୁଦେବ ଯେ ଚଳି ଯାଉଅଛି
ପୁତ୍ର ଗୋଟିକି ଘେନିଣ ସେ କାତର ହେଉଅଛି |
ହାଥୀ ରଥୀ ରାଉତ ଯେ ପାଦାନ୍ତି ଗଣମାନେ
ସମସ୍ତେ ମୋହା ନିଦ୍ରାରେ ଅଛନ୍ତି ଅଚେତନେ ।
ଏକର ପାଦତଳେ ଆରେକ ଶିର ଦେଇ
ବିଶ ଖାଇଲା ପ୍ରାଏ ହୋଇ ଯେ ସମସ୍ତେ ଛନ୍ତି ଶୋଇ || । ୧୬୦।