ପୃଷ୍ଠା:Prachina Odia Kabita.pdf/୧୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୧୫୫
 

କୃଷ୍ଣଙ୍କୁ ଘେନି ବସୁଦେବ ଚଳଇ ବେଗ ହୋଇ
ମନେ ଥିର ନାହିଂ ଭାଳଇ ମନେ କି କରିବି ମୁହିଁ ।
ବିଜୁଳୀ ତ୍ରାସେ ପଥେ ଚଳଇ ଅତି ବେଗେ
ବାହାକୁ ବାହାନ ଦିଶଇ ଅନ୍ଧାର ସଂଯୋଗେ ।
X X X
ପବନ ଘାତେ ବସୁଦେବ ଯେ ଚଳଇ ବେଗ ବେଗ
ଯାନ୍ତେଣ ପଡ଼ିଲା ଯାଇଂ ଯେ ଉଗ୍ରସେନର ଆଗ ।
କଂସର ନିଜ ପିତା ନୃପତି ଉଗ୍ରସେନ
ନଗ୍ରେଣ ନିଶାପତି ସେ ବୁଲଇ ସବୁ ଦିନ ।
ଭୟାଙ୍କାର ବୀର ବେଶ ହସ୍ତରେ ଫଳାଖଣ୍ଡା
ନଗ୍ରେ ବୁଲୁଥାଇ ଯେ ନୃପତି ପ୍ରଚଣ୍ଡା । ।୧୭୦।
ରାଜ୍ୟର ଅଞ୍ଚଳ ଯେତେ ଚଞ୍ଚଳ ବାରତା
ଅନ୍ଧାର ବିଜେ କରି ଯାଇ ଶୁଣଇ ସମସ୍ତ କଥା ।
ଆବର ବିଶେଷେ କଂସ ଦେଇଅଛି ଶିକ୍ଷା
ଦିବସେ ଆସ୍ତାନ ଅଧିକାରୀ ରାତ୍ରେକ କଟୁଆଳ ପରିକ୍ଷା ।
ବିକ୍ରମ କେଶରୀ ଯେହ୍ନେ ଖେପଇ ବନ ହେରି
ତେସନକ ସଂଜାତ ଝାମ୍ପଇ ଦଣ୍ଡଧାରୀ ।
ପୁତ୍ରକୁ ଘେନି ବସୁଦେବ ଚଳଇ ବେଗେ ବେଗେ
ଯାନ୍ତେଣ ପଡ଼ିଲା ଯାଇଂ ଉଗ୍ରସେନର ଆଗେ ।
ଚନ୍ଦ୍ରକୁ ଚାହିଁ ରାହୁ ପ୍ରାଏ ଗ୍ରାସଇ ଯେସନେ
ସେହି ପ୍ରକାରେ ବସୁଦେବକୁ ଆକ୍ରଶଇ ଉଗ୍ରସେନ । । ୧୮୦ ।
ଆରେ ରହ ରହ ବୋଲି ଯେ ଉଗାଳିଲା ବାଟ
ଅଧରେ ଦନ୍ତଚାପି ଯେ କରଇ ରଟମଟ ।
ପ୍ରତଜ୍ଞା ସାମରଥା ଯେ ନୃପତୀ ପ୍ରଚଣ୍ଡା
କାଳନୟନ ତରାଟଇ କରେ ଝମକଇ ଖଣ୍ଡା ।
ବସୁଦେବକୁ ଚାହିଁ ଯେ ବୋଲଇ ମହାରାଏ
ଆରେ କଂସର ପ୍ରତିଜ୍ଞା ଶୁଣି ନ କଲୁ କିମ୍ପା ଭଏ ।
ନିଶ୍ଚୟେ ଗ୍ୟାନ ଧ୍ୱଂସ ହୋଇଲୁ କିରେ ବାଇ
ଯମର ଭୂବନକୁ ରେ କିଙ୍କେ ଲୋଡ଼ ଯାଇ ।