ପୃଷ୍ଠା:Prachina Odia Kabita.pdf/୧୬୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୧୫୯
 

ୟେମନ୍ତେ ସେ ଲକ୍ଷ୍ମୀ ଦେବୀ ମଞ୍ଚକୁ ଅଇଲେ
ପଦ୍ମପତ୍ର ପରେ ଦେବୀ ଶୟନ ଯେ କଲେ ।
ଦକ୍ଷିଣ ପବନ ତହିଁ ବହେ ଧୀର ଧୀର
ସେ ପବନ ଲାଗଇ ଯେ ତାଙ୍କରି ଶରୀର ।
ବାଳେକାର ସ୍ୱଭାବ ଯେ ଧଇଲେ ତରୁଣୀ
ସ୍ୱଭାବରେ ରାଧିକା ଅଟଇ ସୁଲକ୍ଷଣୀ । ।୩୦।
ଅନ୍ଧାର ପକ୍ଷରେ କି ଚନ୍ଦ୍ରମା ଉଇଁଲା
ରାଧାରୂପ ଗୋଟି ତହିଁ ଜଗତ୍ର ମୋହିଲା ।
ବାଳେକା ରୂପରେ ପଦ୍ମପତ୍ର ଗୋଟିକରେ
ଶୟନ କରିଣ ଦେବୀ ରହିଲେ ସେଠାରେ ।
ସ୍ୱଭାବେ ବୈଶାଖ ମାସ ଗ୍ରୀଷମର କାଳ
ସୁଗନ୍ଧ ଘେନି ପବନ ବହଇ ଶୀତଳ ।
କୃଷ୍ଣପକ୍ଷ ଚନ୍ଦ୍ରବାର ଅଟେ ସେ ଦିନର
ବାଲ୍ୟବ ନାମେ କରଣ ଅଟେ ଭୋଗକାର ।
ଯୁବା ନକ୍ଷତ୍ରର ଭୋଗ ମେଷ ଲଗ୍ନ କାଳେ
ମୃଗୟାରେ ବୃଷଭାନୁ ଗଲା ସେହିବେଳେ | ।୪୦।
ସେହି କାଳନ୍ଦୀ ନିକଟେ ଚାଲି ଯାଉଁ ଯାଉଁ
ପଦ୍ମବନ ମଧ୍ୟକୁ ଯେ ଚାହିଁ ଦେଲ ତହୁଂ ।
ପଦ୍ମବନକୁ ଚାହିଣ ଦେଲା ନୃପବର ।
ଫୁଲ ଦେଖି ଶରଧା ଯେ ହୋଇଲା ତାହାର ।
ଭୃତ୍ୟଜନଙ୍କୁ ସେ ଚାହିଂ ବୋଇଲା ବଚନ
ପୁଷ୍ପଗୁଡ଼ିୟେ ଯେ ତୋଳି ଆଣଇ ବହନ ।
ରାଜା ଆଗ୍ୟା ପାଇଣ ସେ ବଳେ ଚଳିଗଲେ
କାଳନ୍ଦୀ ହ୍ରଦ ତଟରେ ପ୍ରବେଶ ହୋଇଲେ ।
ଫୁଲ ତୋଳନ୍ତେ ଦେଖିଲେ ନୟନ ଗୋଚରେ
ଦୁହିତା ଗୋଟି ଦେଖିଲେ ପଦ୍ମଦଳ ପରେ । ।୫୦।