ପୃଷ୍ଠା:Prachina Odia Kabita.pdf/୧୬୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୧୬୧
 

ଭୃତ୍ୟମାନେ ତାଙ୍କୁ ନେଇ ଦେଖାଇଣ ଦେଲେ
ପଦ୍ମଦଳେ କନ୍ୟା ଦେଖି ବୋଲିଣ ବୋଇଲେ ।
ଭୟେ କେହି ତା ପାଶକୁ ନ ପାରନ୍ତି ଯାଇଂ
ଦଇବ ପୁରୁଷ ଯାହା ଅଛଇଂ ଭିଆଇଂ | ।୮୦।
ଆପେ ବୃଷଭାନୁ ଯେମା ନୟନେ ଦେଖିଲା
ହୃଦପଦ୍ମ ଭିତରେ ୟେମନ୍ତ ବିଚାରିଲା ।
ୟେ ଅବା ଜଗତମାତ ଅଟନ୍ତି ଚଞ୍ଚଳା
ପଦ୍ମବନେ ବାସ କରି ଅଛନ୍ତି କମଳା ।
ଏହା ରୂପ ସମାନରେ କେ ପାରିବ ଲକ୍ଷି
ନିଶ୍ଚେ ଜାଣିଲି ୟେ ଲକ୍ଷ୍ମୀ ଅଟେ ପଦ୍ମମୁଖୀ ।
ୟେତେ ବୋଲି ନୃପତି ମିଳିଲା ତା ପାଶରେ
ଭୟରେ ତାହାକୁ ଆଉ ନ ଧରେ କୋଳରେ ।
ଦଇବର ବଶେ ସେ ଆନନ୍ଦେ ଭୋଳ ଗଲା
ଦୁହିତା ଗୋଟିର ହସ୍ତ ଯାଇଂଣ ଧଇଲା । | ୯୦ |
ଦୁଇପାଦ ତୋଳି ନେଇ ଲଗାଇ ହୃଦରେ
ପୁତ୍ର ପୁତ୍ରୀ କିଛି ନାହିଁ ମୋହର କର୍ମରେ ।
ଦଇବପୁରୁଷ ମୋତେ ୟେହା ଆଣି ଦେଲା
ଅପୁତ୍ରିକ ଦୋଷ ମୁଁ ଯେ ଖଣ୍ଡିଲି ବୋଇଲା ।
ରତ୍ନ ପଲଙ୍କରେ ନେଇ ରାଧାକୁ ବସାଇ
ଆପଣା ପୁରକୁ ଘେନି ଗଲା ନରସାଇଂ ।
ଦୁହିତାଙ୍କୁ ଘେନି ପୁରେ ହୋଇଲା ପ୍ରବେଶ
ଭାରିଯା ଚଞ୍ଚଳାକୁ ଯେ ରାଇଲାକ ପାଶ ।
ବୋଇଲା ଲୋ ରାଣି ତୁହି କଥାୟେକ କର
ୟେ ଦୁହିତା ଗୋଟିକି ତୁ ପାଳଣା ତୁ କର । । ୧०० ।
ଦୁହିତା ଦେଖିଣ ରାଣୀ ମନେ ବିଚାରଇ
ୟେମନ୍ତ ସ୍ୱରୂପ କନ୍ୟା ଦେଖିବାର ନାହିଂ ।
ସ୍ୱୟେଂ କମଳଣୀ ୟେତ କମଳଲୋଚନୀ
ଦୁରିତ ସଂହାରଣୀ ୟେ ଦୁଃଖ ବିମୋଚନୀ ।