ପୃଷ୍ଠା:Prachina Odia Kabita.pdf/୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅମର କୋଷ

ବନ୍ଦଇଂ ଶବରୀନାଥ ମୂଳ ଶରୀର ବନ୍ଦଇ
ବନ୍ଦଇଂ କନ୍ଥଡ଼ିନାଥ ଗ‌ହୀର ଗମ୍ବୀର ।
ବନ୍ଦଇଂ ଜାଳାନ୍ଧର ଜ୍ଞାନତ‌ତ୍ତ ପରମାଣି
ବନ୍ଦଇଂ ଗୋବିନ୍ଦଚନ୍ଦ୍ର ନବଲକ୍ଷ ନୃପମଣି
ବନ୍ଦଇଂ ତୃଷ୍ଟୀକିପାଏ ଦେହିଂ ନିର୍ବାଣି ।
ବନ୍ଦଇଂ ନରିନ୍ଦ୍ର ରାଜା ହରିଚନ୍ଦ୍ର
ସତ୍ୟବାଦୀ ବନ୍ଦଇଂ ଧର୍ମ ଯୁଜେଷ୍ଟି ନରିନ୍ଦ୍ର ।
ବନ୍ଦଇଂ ଭୁଅ ଚନ୍ଦେଶ୍ୱର ନବଲକ୍ଷ କାରାଏ
ଯେକଇଂ ସପନ ମାର୍ଣ୍ଣଇ ତ୍ରଇଲକଇ ଫଳ ପ୍ରାଏ ।
ଈଶ୍ୱର ସୁମରି ଯେଉଂ ନର ଯାଏ । ୧୦ ।
ଚୋର ନ ଭେଟଇ ବ୍ୟାଧ ନ ଖାଏ
ସର୍ପଣୀ ଦେଖି ଧୁରୁ ପଳାଏ ।
ବାବୁ ସମୁଦ୍ର ଗହୀର ଗମ୍ଭୀର
ସୂଚୀମୁନେ ବିରୋଳି ହୋଇବାକ ଥିର ।
ନାସିକା ଘଣ୍ଟିକା ସୁଷୁମୁଣା ସନ୍ଧି
ନାଦିବିନ୍ଦୁ ଚିଆଚଇତନ ଯେ ଶରୀରେ କରଇ ବନ୍ଦୀ ।
ଯେ ଜାଣଇ ଆଦିନାଥର ବାଣୀ
ଏଡ଼େ ଲକ୍ଷଣେ ସେ ଆଦେଶ ବଖାଣି ।
ଆଦେଶ ଆଦି ପୁରୁଷ
ଆଦେଶ ଗୁରୁ ଚରଣେ । ୨୦ ।
ଆଦିରୂପେ ଆଦିନାଥ ମାୟାଂମାରି ମଛିନ୍ଦ୍ରୀନାଥ ।
ଜ୍ଞାନ ପରତେ ଚୌରଙ୍ଗୀନାଥ ।
ଘଟ ପରତେ ଶ୍ରୀ ଗୋରେଖନାଥ ।
ଯତି ଗୋରେଖ ସତୀ କଣେ ଆରି
ସର୍ବ ଘଟେ ଭାଇଂସତି କେହି ନାହିଂ ବଇରି
ଉତ୍ତର, ଦକ୍ଷିଣ ପୁଦ୍ଧ ପଚ୍ଛିମ ଚାରିଖାନି ଚାରିବାନି
ଚୌରାଶି ଲକ୍ଷ ଜୀବ ଜାଣି ।