ପୃଷ୍ଠା:Prachina Odia Kabita.pdf/୧୭୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି



ଅଚ୍ୟୁତାନନ୍ଦ ଦାସ


କହଇ ଅର୍ଜୁନ ଶୁଣ ଗୋସାଇଁ
ଅବ୍ୟକ୍ତ ପୁରୁଷ କାହିଁରେ ଥାଇଁ ।
ଜୀବ ପରମ ବୋଲନ୍ତି ସେ କାହିଁ
ଏହା ବୁଝାଇ କହ ଭାବଗ୍ରାହୀ |
ପରମ ଦିଶଇ କେବଣ ବର୍ଣ୍ଣ
ଜୀବର ବର୍ଣ୍ଣ ସେ କେବଣ ପୂର୍ଣ୍ଣ ।
ଜୀବ ଗୋଟି କାହିଁ ରହିଲା କହ
ପରମ ହୋଇଛି କେବଣ ଦେହ ।
ଏକା ଘରେ ଲୀଳା କରନ୍ତି ରହି
ଏମନ୍ତ ବୋଲି ସାଧୁମାନେ କହି । ।୧୦।
ଶ୍ରୀହରି ବୋଲନ୍ତି ଶୁଣ ହୋ ପାଥ
ପଚାରିଲୁ ଯାହା ଅତି ଗୁପତ |
ଅଜ୍ଞାନୀକି ବ୍ୟକ୍ତ କରିବୁ ନାହିଁ
ଅବ୍ୟକ୍ତ ପୁରୁଷ ଶୂନ୍ୟରେ ଥାଇ
ଜୀବ ପରମ ତା ବେନି ଚରଣ
ଜୀବ ପରମ ମୁଁ ହୋଇଛି ଜନ୍ମ ।
ହୋଇଛି ଅଶେଷ ପରମ ଚିହ୍ନ
ଜୀବ ପ୍ରକାଶୁ ଅଛି ଶ୍ୱେତବର୍ଣ୍ଣ ।
ବାମପାଦ ଜୀବ ରହିଛି ଟି ଏ
ଦକ୍ଷିଣ ପାଦ ପରମ ବିଜୟେ । ।୨୦।
ଏକ ସ୍ଥାନେ ଲୀଳା କରନ୍ତି ବେନି
ପରମ ରହିଛି ଜୀବକୁ ଘେନି ।
ଯାହା ପଚାରିଲୁଁ କ‌ହିଲୁ ପାଥ
ପରମ ତ‌ତ୍ୱ ଯେ ଅତି ଗୁପତ ।
କହଇ ଅର୍ଜୁନ ଶୁଣ ଶ୍ରୀହରି
ପଚାରୁଛି ଯାହା କହ ବସ୍ତାରି ।