ପୃଷ୍ଠା:Prachina Odia Kabita.pdf/୧୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୧୬୫
 

ଏ ଚାରିଦ୍ୱାରେ ଏକ କବାଟ ହିଁ
ଦୋମୁହାଁ ସର୍ପ ତ‌ହିଁ ଜଗିଥାଇ ।
ନିରୋଧ ଦ୍ୱାର ଅଟେ ଶିଷୁମୁନା
ତିଳ କବାଟ ଲାଗିଅଛି ଅନା ।
ଯୋଗମାୟା ପରେ ଅଛନ୍ତି ରହି
ମାଣିକ୍ୟ ଦୀପ ସେଠାରେ ଜଳଇ । ।୬୦।
ରାତ୍ର ଦିବସ ଦୁଇ ନାହିଁ ଯହିଁ
କୋଟି ଦିବାକର ଉଦୟ ହୋଇଁ ।
କହେ ଅର୍ଜୁନ ଶୁଣ ଦେବରାୟେ
ପୁଛିବି ମୁହିଁ ଆହୁରି କଥାଏ ।
କେମନ୍ତ ଅବା ସ୍ୱରୁପଟି ସେହି
କେମନ୍ତ ପ୍ରକାରେ ଶରୀର ବହି ।
କେଉଁ ଜପ ତପ ମନ୍ତ୍ରରେ ଅବା
କାହାକୁ ଭାବିଲେ ତାଙ୍କୁ ପାଇବା ।
କେଉଁ କଥା ଅବା ଅତି ଗୁପତ
କାହିଁ ବ୍ରହ୍ମାଣ୍ଡ ବା ହୋଇଛି ଜାତ । ।୭୦।
ନାମଟିଏ କାହୁଂ ଜାତ ହୋଇଲା
ସଂସାରରେ ପୁଣ ଉଦିତ ହେଲା ।
ନାମ ଗୋଟି ସେ ଯେ କେମନ୍ତ ଭାବ
ବର୍ଣ୍ଣ ଚିହ୍ନ ତା କେମନ୍ତ କହିବ ।
କହନ୍ତି ଶ୍ରୀହରି ଶୁଣ ଅର୍ଜୁନ
ତୋତେ କହିବା ଏ ଗୁପତ ଜ୍ଞାନ ।
ତୁହି ଯେ ପଚାରି ପାରୁ ଏମାନ
ଯାହା ନ ଜାଣନ୍ତି ଚତୁରାନନ ।
ତୁ ପଚାରିଲୁ ସେ ରୂପ କେମନ୍ତ
କହୁଛି ଶୁଣ ତୁ ତଥି ତଦନ୍ତ । ।୮୦।
ଠୁଳ ନୋହେ ଶୂନ୍ୟ ନୋହେ ଅରୂପ
ଭକ୍ତ ଭକ୍ତିଭାବେ ବହନ୍ତି ରୁପ ।