ପୃଷ୍ଠା:Prachina Odia Kabita.pdf/୧୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬୮
ପ୍ରାଚୀନ ଓଡ଼ଆ କବିତା
 


ତପବଳେ ଅବା ହୋଇଲେ ତେଡ଼େ, ସେ କାହିଁ ଜାଣିମେ ସମ୍ଭବ କେଡ଼େ ।
ବ୍ରହ୍ମା ଯେ ବେଦ ବଖାଣିଲା ମୁଖେ, ବ୍ରହ୍ମାଣ୍ଡମାନ ଭିଆଇଲା ସୁଖେ ।
ସଂସାର ଅବା କଲାକ ରଚନା, ସେ ପୁଣି ପ୍ରଭୂଙ୍କ ସେବକ ସିନା ।
ନାଭି କମଳରୁଂ ଭ୍ରସଳ ଗୋଟି, ଥୋକାଏ ଦିନର ୟେକଥା ସେଟି ।
ପଦ ପରଚେ ଆଚରିଲ ଯହୁଂ, ବେଦେ ଅଧିକାର ହୋଇଲେ ତ‌ହୁଂ ।
ପରମଧାମ ସେ ଜାଣିମ କାହିଂ, ସେକଥା ବ୍ରହ୍ମାଙ୍କୁ ଗୋଚର ନାହିଁ ।
ବେଦ ଭିତରେଣ ସୃଷ୍ଟି ପାତନା, ନିର୍ବାଣ ଯୋତି ବେଦ ଯ‌ହିଂ ବଣା ।
ବ୍ରହ୍ମା ସେ ସର୍ଜିଲା ସକଳ ଜୀବ, ପାଳଇ ବିଷ୍ଣୁ ସଂହାରଇ ଶିବ ।
ନିଶବଦ ଘରେ ଶବଦ ଭେଦ, ଶବଦ ଘରୁ ସଞ୍ଚରିଲା ବେଦ ।
ବେଦ ହୋଇଲା ସେ ମୋ ତହୁ° ଆଗ, ବେଦାନ୍ତ କହେ ଉପଦେଶ ଭାଗ ।
ଏମାନେ ଯହୁଂ ଜାଣି ନ ପାରିଲେ, ନିରଞ୍ଜନ ବୋଲି ନାମ ଧଇଲେ ।
ବେଦ ଆଦି ହୋଇଂ ତହିଂକି ନାହିଂ, ତ‌ହିଂକି ଆନ ପଟାନ୍ତର କାହିଂ ।
ଆବର ଯେତେକ ଗ୍ରନ୍ଥ ପଢ଼ିବା, କବି କୃତ୍ୟ ବୋଲି ତାହା ଛାଡ଼ିବା ।
ବିଦ୍ୟା ପଢ଼ିବା ଧନଲୋଭେ ସେଟି, ବିଦ୍ୟାହୁଂ ଭିନେ ଗ୍ୟାନ ବୋଲି ଯେଟି । ୪୦ ।
ଘଟ କୂଟ ବିଜ ସ୍ତମ୍ଭ ପ୍ରସିଦ୍ଧି, ପ୍ରପଞ୍ଚ ରୂପ ଘେନି ଜଗତ୍ରାଧି ।
ଭୂତ ପ୍ରାଣ ଧନ ବୁଦ୍ଧି ଜୀବନ, ସବୁନ୍ତି ସବୁ କରିଅଛି ମନ ।
ଅଶେଷ କୋଟି ଚରାଚର ଜିଣି, ବିଶ୍ୱ ମହାଭାଗ ମନ କାରେଣୀ ।
ଏକାମନ ଘେନି ସୃଷ୍ଟି ପାତନା, ମନକୁ ମନ ମୁଢ଼ପଣେ ବଣା ।
ସଂସାର ମାୟା ଅତିବଡ଼ ଧନ୍ଦ, ଦିଶନ୍ତାକୁ ଚାହିଂ ଦେଖନ୍ତା ଅନ୍ଧ ।
ମଣିତ ନ ଯାଇ ବିଷ୍ଣୁର ମାୟା, କେତେ ପୃଥିବୀ କେତେ କାହିଂ କାୟା ।
କାହୁଂ ସଞ୍ଚରଇ ଲୁଚଇ କାହିଂ, ଅନ୍ତକରି ତାହା ଜାଣନ୍ତା ନାହିଂ ।
ଜଗତ ଭିତରେ ଜନ୍ତୁ ଅପାର, ମାନବ ଜନ୍ମ ସବୁ ତ‌ହୁଂ ସାର ।
ଗଜ ଆଦି କରି କୀଟ ସହିତେ, କେତେ ଜନ୍ତୁ ନାହିଂ ସର୍ବ ଜଗତେ ।
ଅନ୍ୟ ଜନ୍ତୁମାନେ ଅଛନ୍ତି ଯେହୁଂ, ସୃଷ୍ଟି ପାତନା ନ ଜାଣନ୍ତି ସେହୁ ।
ନୀତି ଅନୀତି ଦୁଃଖସୁଖ ନାନା, ସବୁ ରଚନା ମାନବର ସିନା ।
ଭୂତ ଭବିଷ୍ୟ ବର୍ତ୍ତମାନ ବିଧି, ଏହି ମାନେବ କରିଅଛି ସିଦ୍ଧି ।
ଯାବତ ପ୍ରକାରେ ଯେତେ ମେଦିନୀ, ସର୍ବ ବିଦ୍ୟା ମାନେ ମାନେବ ଘେନି ।
ସୁଜନମାନେ ସାବଧାନେ ଶୁଣ, ଶୁଦ୍ଧ ଚଇତନ ବବେକ ଗୁଣ ।