ପୃଷ୍ଠା:Prachina Odia Kabita.pdf/୧୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୭୦
ପ୍ରାଚୀନ ଓଡ଼ିଆ କବିତା
 

ଯେଡ଼େ ହୋଇବ ତେଡ଼େ ହୋଉ କିନା, ସବୁ ଜାଣିଲି ଏହି ମତି ସିନା ।
ଏହି କଥାମାନ ମନରେ ଗୁଣି, ଶରୀର ବ୍ୟଥା ପାଇଅଛି ପୁଣି ।
ୟେତେମାନ ଦେହ ପାଇ କେତେକେ, ଏଥକୁ ଶଙ୍କା ନ କରିବା କିକେ |
ବଦ୍ୟା ସଂପତି ଯଉବନ ଧନ, ଦେହ ଥିଲେ ସିନା ଥିବ ଏମାନ ।
ସବୁ ହଜିଲେ ଦେହଥିଲେ ପାଇ, ଦେହ ହଜିଲେଟି ସଂସାରୁ ଯାଇ ।
ବ୍ରତ ଉପାସନା ତୀର୍ଥ ଗମନ, ଶରୀର କଦର୍ଥି ନାନା ବିଧିମାନ ।
ବେଦ ପୁରାଣ ୟେହା ଘେନ ମଣ୍ଡି, ପୁଣ୍ୟ ପର ଯେବେ ମୃତ୍ୟୁ ନ ଖଣ୍ଡି ।
ଜନ୍ମ ଜନ୍ମାନ୍ତର ବାସନା ଥାଇ, କଳପଣା ସୁଖେ ପୁଣ୍ୟ ଦେହ ପାଇ । ୯୦ ।
ଜନ୍ମ ମରଣ ୟେ ଦେହର ବିଧି, ଆତ୍ମା ଅବିନାଶ ସର୍ବଦା ସିଦ୍ଧି ।
ଆତ୍ମାକୁ ପରଚେ ଯେବଣ ବୁଧା, ଚନ୍ଦ୍ରଜାଲ ମାୟା ଦେହ ଦୁଗୁଧା ।
ବିଜ ପତଳେ ମନ ଭେଦ ଯହୁଂ, ବେତାଳ ରୁପେ ପ୍ରକାଶିଲା ତହୁଂ ।
ଦେହ ଅନ୍ତେ ଜୀବ ଯହିଂକି ଗଲା, ସେ କଥା ଜାଣିଲେ ନ ବୋଲି ମଲା ।
ଏତେ ମାତ୍ରକ ବଚାରଇଂ ଆଉ, ଏ ଦେହ ଯେମନ୍ତେ ନାଶ ନ ଯାଉ ।
ଚଣ୍ଡ ମହାଖଳା ଗାରେଡ଼ି ମନ୍ତ୍ର, ଓଷଧ ମୂଳିକା କୁଟୁଣି ଯନ୍ତ୍ର ।
ନବ ନାଟକ ଜଉତିଷ ଆଦି, ଓଦର ପୋଷନ୍ତେ ୟେମାନ ସାଧି ।
ପାଉଁଶ ବିଲୋପନ ବର୍ଶନଧାରୀ, ଗୃହ ଉପେକ୍ଷି ହୋନ୍ତି ବନ‌ଚାରୀ ।
ଥୋକାଏ ଦମ୍ଭେ ଦେଶାନ୍ତର ଯାନ୍ତି, ସାଖି ଶବଦରେ ଥୋକାଏ ଥାନ୍ତି ।
କଷ କଉପୁନୀ ଶଙ୍ଗଚକ୍ର କାଟି, କେହୁ ଦିଗାମ୍ବର ପିନ୍ଧେ କର୍ପଟୀ । ୧୦୦।
କେବା ସହସ୍ରେ ନାମ ଉଚ୍ଚାରନ୍ତି, ଅନ୍ୟ ଛାଡ଼ି କେବା ଦୁଧ ପିଅନ୍ତି ।
ଅନେକ ମତେ କକର୍ଥନ୍ତି କାଏ, ମୃତ୍ୟୁ ବଞ୍ଚିବାକୁ ନାହିଂ ଉପାଏ ।
ଏକମାତ୍ର ଅଛି ପରମାନନ୍ଦ, ଗ୍ୟାନ ଜାଣିଲେ ଅଜାମ୍ବର କନ୍ଧ ।
ଆବର ସବୁ ଉପାଲମ୍ୟ ସିନା, ନିର୍ବାଣ ମୁକ୍ତି ଜ୍ଞାନର ଭାବନା ।
ତେଣୁ ମୋ ମନ ନ ରୁଚଇ କାହିଂ, ରାତ୍ର ଦିବସେ ଲୋଡ଼ୁଥାଇ ତାହିଂ ।
ସିଧିର ସାଧନେ ଗୁଣ ପ୍ରସାଦେ, ସଞ୍ଚପି ଜାଣିଲି ଆତ୍ମାର ଭେଦେ ।
ସୁଜନ ମାଂନକ ସଙ୍ଗ ପ୍ରସାଦେ, ସଂଦେହ ଛେଦିଲି ବୁଦ୍ଧି ବିବାଦେ ।
ଅନେକ ଦୁଃଖେ ଲେଡ଼ୁଥିଲି ଯାହା, ଅତି ନିକଟରେ ପାଇଲି ତାହା ।
ଆପଣା ବିବେକ ହୃଦରେ ଆଞ୍ଚି, ବିଚାର କଲି ମନେମନେ ପାଞ୍ଚି ।
ଆବର ବିଶେଷେ ଗୁରୁ କହିଲେ, ୟେହି ଦେହ ଘେନିଥିବୁ ବୋଇଲେ । ୧୧୦।