ପୃଷ୍ଠା:Prachina Odia Kabita.pdf/୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୨
ପ୍ରାଚୀନ ଓଡ଼ିଆ କବିତା
 

ଧରତି ଆକାଶ ପିବନ୍ତି ପବନ ପାଣି
ଶ୍ରୀ ଗୋରେଖନାଥ ପାଦୁକା ସ୍ୱାହାଂ, ଓଂ ନମଃ ।
ଦେଖ ଦେଖ ପୁରା ଅଦେଖ ଦେଖ । ୩୦ ।
ଅତୁଲତୁଲ ଅମାପମାପ ଅଖାଇଦଂ ଖାଇଂବ ।
ଅଭକ୍ଷ ଭକ୍ଷ ବିରୋଳା ମନ୍ଦିର ମାୟାନୟନ ମୁଦ୍ରାଦିଢ଼ କରି
ନାସିକାରେ ପବନ ଲୁଚାଇ ଚନ୍ଦ୍ରଘରେ ସୂର୍ଯ୍ୟକୁ ଲାଇ ।
ସାଧ ସାଧ ଯଗୀ ଓହୋଟ ଊଜାଣି
ଯେଣେ ଟଳମଟଳ କାୟା ହୋଇଂବ ନିର୍ବାଣି
ପାଦକଇଂ ପୁତା ବାଇ ବଶ ବୋଲି
ଅଙ୍ଗୁଳିକି ପୁରା ଚାନ୍ଦ ପଦ୍ମଂ ବୋଲି ।
ତହିଂର ଉପରକୁ ବୋଲି ଶୁକଳ ରୋମରାଜେ
ଖଡ଼ୁ ଗଣ୍ଠିକି ବୋଲି ପୁତା ଚଞ୍ଚଳିଂ କୁଣ୍ଡଳି
ତହିଂର ଉପରକଇଂ ନୀଳହାଡ଼ ବୋଲି । । ୪୦ ।
ଆଣ୍ଠୁକୁ ଖଞ୍ଜଣି ହାଡ଼ ବୋଲି
ଜଙ୍ଘକୁ ତ୍ରିକୂଟ ପଦ୍ମଂ ବୋଲି ।
ତହିଂର ଉପରକୁ ଚନ୍ଦ୍ର ଚକୋର ବୋଲି
ଚନ୍ଦ୍ରିଅକଇ ଇନ୍ଦ୍ରିଚନ୍ଦ୍ର ବୋଲି
ତହିଂରକଇ ଅଣ୍ଡୁଯମଣି ବୋଲି ।
ତହିଂର ତରକଇ ଯିହ୍ନି କୃର୍ପର ସ୍ଥାନ
ତହିଂର ଉପରୋକୁ ବଡ଼ମ୍ବାନନ୍ଦ ମାନଗଣ ।
ବୁଝ ବୁଝ ପୁତାରେ ଜ୍ଞାନର ବିଚାର
ତହିଂର ଉପରେ ବସଇଂ କମଳ ଚନ୍ଦ୍ର ଦେବତା
ଅଗ୍ନିକି ବାଇ ଉଜାଇଂ । ୫୦ ।
ଶୁଣ ଶୁଣ ଲୋଇ ସେ ଅଗ୍ନି ତ୍ରିବେଣୀ ଜଳେ ସେ ପ୍ରାଣ ପାଇ ।
ଜଳରେ ଭେଦି ଯେବେଂ ବ୍ରହ୍ମଂ ଦ୍ୱାରେ ଫୁକାଇଂ ।
ସେ ସେ ଶୋଷେକ ଯୋଗ ପୂଜା ଅଟଇଂ ହାଥ କାୟାଂ ଶୁଖଇ
ତହୁଂ ଢାଙ୍କି ଆଣେ ମୁଖେ ଦେଇ ଜାଳ
ଦେଖ ଦେଖ ପ୍ରଜଳିତ ଅଗ୍ନି ଉଠିଲା ସପତ ପାତାଳ ।