ପୃଷ୍ଠା:Prachina Odia Kabita.pdf/୧୮୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୭୬
ପ୍ରାଚୀନ ଓଡ଼ିଆ କବିତା
 

ଏକ ଦେଉଳରେ ଦଶ କବାଟ
କେଉଁଠାଏ ଅଛି କଳପ ବଟ ।
ଶୂନ୍ୟରେ କାହୁଁ ବାଜୁଅଛି ବୀଣା
କେଉଁଠାରେ ଅଛି ଗୋପ ପାଟଣା ।
ଗୀତ ଷଡପଦ ଅର୍ଥ ବହୁତ
ଭାବରେ ଭଣିଲେ ଦାସ ଅଚ୍ୟୁତ ।

(୭)
ବୋହୂ ବାଳ ଅବଳାରେ, ଖେଳଇ ବାର ଜଣର ।
ବାର ଜଣ ଛାଡ଼ିତେରକୁ ଗମିଲେ
ବୋହୂର ପୂରିବ କାଳ ।
ଏ ବାର ଭିତରେପୁରୁଷ ଖେଳଇ
ସେ ବାରେ ଖେଳଇ ବୋହୂ
ବୋହୂ ପୁଅ ଦୁହେଁଉଲଟ ପାଲଟ
ବାରଣ ନ ଯାଇ କେହୁ । । ୧ ।
ବାହାରରେ ବାରଭିତରରେ ବାର
ବାର ବତିଶରେ ଘର
ଅକାରଣ ବୋହୂବାରଣ ନ ଯାଇ
କଲା ବାର ବାର ଘର । । ୨ ।
ପୁଅକୁ ବୟସଶହେ ଷାଠିଏ ଯେ
ବୋହୂ ତ ଷୋଳ ବରଷୀ
ପଚିଶ ଭେଣ୍ଡିଆଘେନି କରି ବୋହୂ
ଖେଳ ଖେଳୁଥାଇ ବସି । । ୩ ।
ବୋହୂ ମୋର ଧନବୋହୂ ମୋ ଜୀବନ
ବୋହୂ ଲାଗି ଏତେ ସରି
ପାମର ଅଚ୍ୟୁତଭାବରେ ଭଣିଲେ
କର ଭବ ଜଳୁ ପାରି । । ୪ ।